୧୭୮ ବର୍ଷ ପୁରୁଣା ସଂସ୍ଥା ‘ଥମାସ୍‌ କୁକ୍’ ବନ୍ଦ

ନୂଆଦିଲ୍ଲୀ: କଂପାନି ଚାଲୁ ରଖିବା ଲାଗି ପାଣ୍ଠି ଅଭାବ ହେବାରୁ ବ୍ରିଟେନ୍‌ର ୧୭୮ ବର୍ଷ ପୁରୁଣା ଟ୍ରାଭେଲ୍ ସଂସ୍ଥା ଥମାସ୍‌ କୁକ୍ ବନ୍ଦ ହୋଇଯାଇଛି। ଏହା ଦ୍ବାରା ଥମାସ୍‌ କୁକ୍‌ର ପ୍ୟାକେଜ୍‌ରେ ବିଭିନ୍ନ ସ୍ଥାନ ଭ୍ରମଣରେ ଯାଇଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଖାପାଖି ୬ ଲକ୍ଷ ଯାତ୍ରୀ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି। ସେଥି ମଧ୍ୟରୁ ଦେଢ଼ ଲକ୍ଷ ହେଉଛନ୍ତି ବ୍ରିଟେନ୍‌ ନାଗରିକ। ସେମାନଙ୍କୁ ଉଦ୍ଧାର କରିବା ଲାଗି ବ୍ରିଟେନ୍ ସରକାର ଅଭିଯାନ ଆରମ୍ଭ କରିଦେଇଛନ୍ତି। ବ୍ରିଟେନ୍‌ର ଏହି ବୃହତ କଂପାନିର ମାଲିକାନା ଏବେ ଚୀନ୍‌ର ଏକ ସଂସ୍ଥା ‘ଫୋସୁନ’ ପାଖରେ ରହିଛି। ତେବେ ଭାରତରେ କାରବାର କରୁଥିବା ଥମାସ୍‌ କୁକ୍ ସହିତ ସେହି ସଂସ୍ଥାର କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧିତ ଖବର