୨୦୨୨ ସୁଦ୍ଧା ଭାରତୀୟ ଅର୍ଥନୀତି ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ୨୦୨୨ ମସିହା ସୁଦ୍ଧା ଦୁଇ ଗୁଣ ବୃଦ୍ଧି ଘଟି ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ଏଥିରେ ନିର୍ମାଣ ବା ମାନୁଫାକ୍‌ଚରିଂ ଓ କୃଷି କ୍ଷେତ୍ରର ଯୋଗଦାନ ୧ ଲକ୍ଷ କୋଟି ଡଲାର ଲେଖାଏଁ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି। ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ କରିବା ଅବସରରେ ମୋଦୀ ଏହି ସୂଚନା ଦେଇଛନ୍ତି। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଶତକଡ଼ା ୮ ଭାଗରୁ ଅଧିକ ରହିବ। ସରକାର ମେକ୍‌ ଇନ୍‌ ଇଣ୍ଡିଆକୁ ଗୁରୁତ୍ୱ ଦେଉଥିବାରୁ ଦେଶରେ ୮୦% ମୋବାଇଲ ଫୋନ୍‌ ନିର୍ମାଣ ହେଉଛି। ଏଥିଯୋଗୁ ୩ ଲକ୍ଷ କୋଟି ଟଙ୍କା ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରୁଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର