ମୁମ୍ବାଇ: ଦେଶରେ ୨୧ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ଘଟିବ। ଔଷଧ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଥିବାରୁ ଜାତୀୟ ଫାର୍ମା ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ସର୍ବୋଚ୍ଚ ମୂଲ୍ୟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଅନୁମତି ଦେଇଛନ୍ତି। ଏଗୁଡ଼ିକ ମଧ୍ୟରେ ବିସିଜି ଟିକା, ପେନସିଲିନ, ମାଲେରିଆ ଏବଂ କୁଷ୍ଠ ରୋଗ ନିରାକରଣ ପାଇଁ ବ୍ୟବହୃତ ଔଷଧ ଡେପସୋନ, ଜୀବନ ରକ୍ଷାକାରୀ ଔଷଧ ଫ୍ୟୁରୋସିମାଇଡ୍, ଭିଟାମିନ୍ ସି, କେତେକ ସାଧାରଣ ଆଣ୍ଟି ବାୟୋଟିକ୍ ଏବଂ ଆଣ୍ଟି ଆଲର୍ଜିକ୍ ଔଷଧ ରହିଛି। ଏନପିପିଏ ପ୍ରଥମ ଥର ପାଇଁ ଔଷଧ ମୂଲ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶ ୨୦୧୩ର ଅନୁଚ୍ଛେଦ ୧୯ର ଉପଯୋଗ କରି ଦର ବୃଦ୍ଧି ଅନୁମତି ଦେଇଛନ୍ତି। ବର୍ତ୍ତମାନ ଏସବୁ ଔଷଧର ସର୍ବୋଚ୍ଚ ମୂଲ୍ୟ ଯାହା ରହିଛି କମ୍ପାନି ଗୁଡ଼ିକ ତାହା ଉପରେ ଥରେ ସର୍ବାଧିକ ୫୦ ପ୍ରତିଶତ ମୂଲ୍ୟ ବୃଦ୍ଧି କରିପାରିବେ। ଔଷଧ ନିର୍ମାତାମାନେ ଦୀର୍ଘ ଦୁଇ ବର୍ଷ ହେଲା ଏସବୁ ଔଷଧର ଦର ବୃଦ୍ଧି ଲାଗି ଦାବି କରି ଆସୁଛନ୍ତି। ଏସବୁ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ଉପାଦାନ (ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ସ ଇନଗ୍ରେଡିଏଣ୍ଟସ)ର ମୂଲ୍ୟରେ ୫ରୁ ୮୮ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘଟିଛି। ଏହି ଉପାଦାନ ଗୁଡ଼ିକ ସାଧାରଣତଃ ଚୀନରୁ ଆମଦାନି ହେଉଛି। ଔଷଧ ନିର୍ମାଣ ପାଇଁ ହେଉଥିବା ମୋଟ ଖର୍ଚ୍ଚରେ ଏପିଆଇର ଅଂଶ ପ୍ରାୟ ୪୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ବଜାରରେ ଏସବୁ ଔଷଧର ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଏନପିପିଏ ମୂଲ୍ୟ ବୃଦ୍ଧିକୁ ଅନୁମତି ଦେଇଛନ୍ତି।
ଏନପିପିଏ ଦେଲା ଅନୁମତି, ୨୧ ଅତ୍ୟାବଶ୍ୟକ ଔଷଧ ଦାମ୍ ବଢ଼ିବ
/sambad/media/post_attachments/wp-content/uploads/2019/12/NAAP-Medicine_Thumb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)