ଭାରତରେ ୨ ଲକ୍ଷ ୬୨ ହଜାର ନିୟୁତାଧିପତି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ସତ୍ତ୍ୱେ ୨୦୧୭ରେ ଭାରତରେ ମିଲିଓନେୟାର (ନିୟୁତାଧିପତି) ଧନୀଙ୍କ ସଂଖ୍ୟା ୨୦% ବଢ଼ିଛି। କ୍ୟାପ୍‌ଜେମିନି ନାମକ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ଭାରତରେ ଏକ ନିୟୁତ ଡଲାର୍‌ରୁ ଅଧିକ ସଂପତି ଥିବା ଧନୀ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୬୩ ହଜାର ହୋଇଯାଇଛି। ସେମାନଙ୍କ ସମ୍ପତ୍ତି ପରିମାଣ ମଧ୍ୟ ୨୧% ବଢ଼ି ଏକ ଟ୍ରିଲିଅନ୍‌ ଡଲାରରୁ ଅଧିକ ହୋଇଛି। ବିଶ୍ୱ ସ୍ତରଠାରୁ ଭାରତ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଊଭୟ ମିଲିଓନେୟାର ସଂଖ୍ୟା ଓ ସେମାନଙ୍କ ସମ୍ପତ୍ତି ବୃଦ୍ଧି ଦୃଷ୍ଟିରୁ ଭାରତ ଅନ୍ୟମାନଙ୍କଠାରୁ ଆଗରେ ରହିଛି। ବିଶ୍ୱ ସ୍ତରରେ ମିଲିଓନେୟାର ବୃଦ୍ଧି ହାର ୧୧.୨% ଥିବା ବେଳେ ଭାରତରେ ତାହା ୨୦.୪% ରହିଛି। ସେହିପରି ସେମାନଙ୍କ ସମ୍ପତ୍ତି ବୃଦ୍ଧି ହାର ବିଶ୍ୱ ସ୍ତରରେ ୧୨% ଥିବା ବେଳେ ଭାରତରେ ତାହା ୨୧% ରହିଛି। ଆମେରିକା, ଜାପାନ, ଜର୍ମାନି ଓ ଚୀନ୍‌ରେ ସବୁଠୁ ଅଧିକ ମିଲିଓନେୟାର ବାସ କରୁଛନ୍ତି। ଏହି ତାଲିକାରେ ଭାରତ ୧୧ତମ ସ୍ଥାନରେ ରହିଛି।
ଭାରତରେ ମିଲିଓନେୟାରଙ୍କ ସମ୍ପତ୍ତି ବୃଦ୍ଧି ହେବାର କାରଣ ହେଉଛି ସେମାନଙ୍କ ସଂସ୍ଥାର ବଜାର ପୁଞ୍ଜି ପରିମାଣ ୫୦% ବଢ଼ିଥିବା ବେଳେ ରିଅଲ ଇଷ୍ଟେଟ୍‌ ମୂଲ୍ୟ ୪.୮% ବଢ଼ିଛି ଓ ଦେଶର ଜିଡିପି ହାର ୬.୭% ହାରେ ଆଗକୁ ବଢ଼ିଛି। ବିଶ୍ୱର ଅନ୍ୟ କୌଣସି ଦେଶରେ ଦେଶରେ ଏଭଳି ବୃଦ୍ଧି ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର