ଚିନି କଳ ଉପରେ ଆଖୁ ଚାଷୀଙ୍କ ୨୪୦୦ କୋଟି ବାକି

ନୂଆଦିଲ୍ଲୀ: ଚିନିକଳ ଗୁଡ଼ିକ ଉପରେ ଆଖୁ ଚାଷୀଙ୍କର ୨୪୦୦ କୋଟି ଟଙ୍କା ବାକି ପଡ଼ିଛି। ଚିନି ମୂଲ୍ୟ କମ୍ ରହିବା ସହିତ ଅଧିକ ଉତ୍ପାଦନ କାରଣରୁ ଚିନି କଳ ଗୁଡ଼ିକ ଆଖୁ ଚାଷୀଙ୍କ ବାକିଆ ଅର୍ଥ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ବାବଦରେ ଏହି ରାଶି ବାକି ପଡ଼ିଛି। ଚଳିତବର୍ଷ ଜାନୁଆରି ଶେଷ ସୁଦ୍ଧା ଚିନି କଳଗୁଡ଼ିକ ଆଖୁଚାଷୀଙ୍କର ୨୦୧୮-୧୯ ବର୍ଷର ପ୍ରାପ୍ୟ ବାବଦରେ ପ୍ରାୟ ୮୪,୭୦୦ କୋଟି ଏବଂ ୨୦୧୭-୧୮ ବର୍ଷର ପ୍ରାପ୍ୟ ବାବଦରେ ୮୪,୯୦୦ କୋଟି ଟଙ୍କା ବାକିଆ ରାଶି ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି। ତେଣୁ ୨୦୧୮-୧୯ ବର୍ଷ ବାବଦରେ ୨୩୦୦ କୋଟି ଟଙ୍କା ଏବେ ବି ଦେବାକୁ ବାକି ରହିଛି।

ସମ୍ବନ୍ଧିତ ଖବର