୨୭୫ଟି ରେଳ ପୋଲ ମଧ୍ୟରୁ ୨୫୨ଟି ଅସୁରକ୍ଷିତ

ମରାମତି ଜରୁରୀ ଥିବା ସମସ୍ତ ରେଳ ପୋଲକୁ ସମୀକ୍ଷା କରିବେ ରେଳବାଇ

ନୂଆଦିଲ୍ଲୀ: ରେଳବାଇ ଦେଶର ମରାମତି ଆବଶ୍ୟକ ଥିବା ସମସ୍ତ ରେଳ ପୋଲକୁ ସମୀକ୍ଷା କରାଯିବା ନେଇ ଆଦେଶ ଦେଇଛନ୍ତି। ରେଲେଓ୍ଵ ବୋର୍ଡ ଜାଣିବାକୁ ପାଇଛି ୨୭୫ଟି ରେଳ ପୋଲ ମଧ୍ୟରୁ ମାତ୍ର ୨୩ଟି ଯାତାୟାତା ପାଇଁ ଉପଯୋଗୀ ଅଛି। ଅନ୍ୟ ୨୫୨ଟି ପୋଲ ଅସୁରକ୍ଷିତ ଅବସ୍ଥାରେ ରହିଛି।

ରେଲେଓ୍ଵ ବୋର୍ଡ ଏହାପୂର୍ବରୁ ରେଳ ପୋଲର ସ୍ଥିତି ସମ୍ପର୍କରେ ବିବରଣୀ ମାଗିଥିଲେ। ଏହି ବିବରଣୀରୁ ଜଣାପଡ଼ିଥିଲା ରେଳ ନିଜର ସାମାନ୍ୟ ଗତିରେ ୨୫୨ଟି ଅସୁରକ୍ଷିତ ପୋଲ ଦେଇ ଯାତାୟାତା କରୁଛି। ଏହି ପୋଲଗୁଡ଼ିକ ଯେକୌଣସି ମୂହୂର୍ତ୍ତରେ ଭାଙ୍ଗି ଯାଇପାରେ  ଅଥବା ଦୁର୍ଘଟଣା ଘଟିପାରେ ! ରେଳ ଏହି ପୋଲ ଦେଇ ଯାତ୍ରା କରୁଥିବା ସମୟରେ ରେଳଯାତ୍ରୀଙ୍କ ଜୀବନ ଅସୁରକ୍ଷିତ ଥାଏ।

ରେଲେଓ୍ଵ ବୋର୍ଡ ନିଜ ଆଦେଶରେ କହିଛି, ମୁଖ୍ୟ ପୋଲ ଡିଜାଇନର (ସିବିଇ)ଙ୍କୁ  ରେଲେଓ୍ଵ ଓଆରଏନ୍‌-୧ ଓ ଆରଏନ୍‌-୨  ରେଟିଂ ଥିବା ସମସ୍ତ ପୋଲର ସ୍ଥିତି ସମୀକ୍ଷା କରିବା ଆବଶ୍ୟକ ଓ ପ୍ରାଥମିକତା ଆଧାରରେ କାର୍ଯ୍ୟଯୋଜନା ପାଇଁ ପ୍ରସ୍ତୁତ ରହିବା ଉଚିତ।

ରେଳେଓ୍ଵ ପୋଲର ତିନିଟି ରେଟିଂ କରିଥାଏ। ଓଆରଏନ୍‌୧ ରେଟିଂ ଥିବା ପୋଲକୁ ତୁରନ୍ତ ନିର୍ମାଣ କରାଯାଇଥାଏ। ଓଆରଏନ୍‌ ୨ ରେଟିଂ ଥିବା ପୋଲ ଜରିଆରେ ପୁନନିର୍ମାଣ ହୋଇଥାଏ। ସେହିପରି  ଓଆରଏନ୍‌ ୩ ରେଟିଂ ପୋଲର ଖାସ ମରାମତି ଆବାଶ୍ୟକ ହୋଇଥାଏ।

ମଧ୍ୟ ରେଳବାଇରେ ଏହିପ୍ରକାର ୬୧ଟି ପୋଲ, ପୂର୍ବମଧ୍ୟ ରେଳବାଇରୁ ୬୩ଟି ପୋଲ, ଦକ୍ଷିଣ ମଧ୍ୟ ରେଳବାଇରେ ୪୧ଟି ପୋଲ ଓ ପଶ୍ଚିମ ରେଳବାଇରେ ୪୨ଟି ପୋଲ ପୁର୍ନର୍ନିମାଣ କାର୍ଯ୍ୟ ଅପେକ୍ଷାରେ ରହିଛି।

ସମ୍ବନ୍ଧିତ ଖବର