ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ୩୦ରୁ

ମୁମ୍ବାଇ: ଦୁଇ ପ୍ରତିଶତ ବେତନ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନେ ଚଳିତ ମାସ ୩୦ରୁ ଦୁଇ ଦିନିଆ ଧର୍ମଘଟରେ ସାମିଲ ହେବେ। ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ୨% ବେତନ ବୃଦ୍ଧିର ପ୍ରସ୍ତାବ ଦିଆଯାଇଛି ଯାହାକୁ ବ୍ୟାଙ୍କ କର୍ମଚାରୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର ସଂଯୋଜକ ଦେବୀଦାସ ତୁଲଜାପୁଲକର୍‌ କହିଛନ୍ତି ଯେ, ଏନ୍‌ପିଏ ଯୋଗୁଁ ବ୍ୟାଙ୍କଗୁଡ଼ିକର ବିପୁଳ କ୍ଷତି ହୋଇଛି। ସେଥିପାଇଁ କର୍ମଚାରୀମାନେ ଦାୟୀ ନୁହନ୍ତି। ବିଗତ ଦୁଇ ତିନି ବର୍ଷ ଭିତରେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଅନେକ ବୋଝ ଲଦିଦିଆଯାଇଛି। ଜନ ଧନ ଯୋଜନା, ବିମୁଦ୍ରାକରଣ, ଅଟଳ ପେନ୍‌ସନ୍‌ ଯୋଜନା ଓ ମୁଦ୍ରା ଯୋଜନାର ସଫଳତା ପାଇଁ କର୍ମଚାରୀମାନେ ବହୁତ ପରିଶ୍ରମ କରିଛନ୍ତି। ଶେଷ ଥର ପାଇଁ ୨୦୧୨-୨୦୧୭ ଅବଧି ପାଇଁ ବେତନ ସଂଶୋଧନ ବେଳେ ୧୫% ବେତନ ବୃଦ୍ଧି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ ଅଧୀନରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ୯ଟି ସଂଘ ରହିଛି।

ସମ୍ବନ୍ଧିତ ଖବର