୩ଟି ନୂଆ କାରଖାନାରୁ ସାଓମି ଫୋନ୍‌ ଉତ୍ପାଦନ ଆରମ୍ଭ

ଭୂବନେଶ୍ୱର: ସାଓମି ପକ୍ଷରୁ ତିନିଟି ନୂଆ କାରଖାନାରେ ସ୍ମାର୍ଟଫୋନ୍‌ ଉତ୍ପାଦନ ଆରମ୍ଭ କରାଯାଇଛି। ନୋଏଡାଠାରେ ଥିବା ପାଓ୍ଵାର ବ୍ୟାଙ୍କ ପ୍ଲାଣ୍ଟ୍‌ରୁ ସ୍ମାର୍ଟଫୋନ୍‌ ନିର୍ମାଣ ଆରମ୍ଭ କରାଯାଇଛି। ହାଇପ୍ୟାଡ୍‌ ଟେକ୍‌ନୋଲୋଜି ସହାୟତାରେ କଂପାନି ସ୍ମାର୍ଟଫୋନ୍‌ ଉତ୍ପାଦନ କରୁଛି। ନୂଆ ତିନିଟି କାରଖାନକୁ ମିଶାଇ ମୋଟ ୬ଟି କାରଖାନାରେ ସାଓମି ଏହାର ସ୍ମାର୍ଟଫୋନ୍‌ଗୁଡ଼ିକୁ ଉତ୍ପାଦନ କରୁଛି। ତାମିଲନାଡୁର ଶ୍ରୀପେରୁମ୍ବୁଦୁର କରଖାନାରୁ ଫକ୍ସକନ୍‌ ସହଯୋଗରେ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଉତ୍ପାଦନ ଆରମ୍ଭ ହୋଇଛି। ଭାରତରେ ସାଓମି ବିକ୍ରି କରୁଥିବା ୯୫% ସ୍ମାର୍ଟଫୋନ୍‌କୁ ଦେଶ ଭିତରେ ନିର୍ମାଣ କରୁଛି ବୋଲି କଂପାନିର ପରିଚାଳନା ନିର୍ଦ୍ଦେଶକ ତଥା ଉପ ସଭାପତି ମନୁ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର