ବଜାରରେ ନୋକିଆର ୩ଟି ନୂଆ ହାଇଏଣ୍ଡ୍‌ ସ୍ମାର୍ଟଫୋନ

ଭୁବନେଶ୍ୱର : ଏଚଏମଡି ଗ୍ଲୋବାଲର ଘରୋଇ ବ୍ରାଣ୍ଡ ନୋକିଆ ଫୋନ୍‌ ପକ୍ଷରୁ ଭାରତୀୟ ବଜାରରେ ନୋକିଆ ୮ ସିରୋକ୍କୋ, ନୋକିଆ ୭ ପ୍ଲସ ଏବଂ ନୂତନ ନୋକିଆ୬ର ଶୁଭାରମ୍ଭ କରାଯାଇଛି । ଏହିସବୁ ପୁରସ୍କାର ବିଜେତା ନୂତନ ଆଣ୍ଡ୍ରଏଡ ୱାନ୍‌ ନୋକିଆ ସ୍ମାର୍ଟଫୋନ୍‌ ଗୁଡ଼ିକ ଚଳିତ ବର୍ଷ ଫେବୃଆରୀ ମାସରେ ମୋବାଇଲ ୱାର୍ଲଡ କଂଗ୍ରେସରେ ଶୁଭାରମ୍ଭ କରାଯାଇଥିଲା । ଏହି ତିନୋଟି ନୂତନ ସ୍ମାର୍ଟଫୋନ୍‌ର ଶୁଭାରମ୍ଭ ସହିତ ଏଚଏମଡ଼ି ଗ୍ଲୋବାଲ୍‌ ପକ୍ଷରୁ ସମସ୍ତ ନୋକିଆ ଯନ୍ତ୍ରପାତି ଏବଂ ଉପକରଣ ପାଇଁ ଦେଶରେ ନୋକିଆ ଫୋନ୍‌ ସପ୍‌ର ଶୁଭାରମ୍ଭ କରାଯାଇଛି।

ବଜାରରେ ନୋକିଆ ୮ ସିରୋକ୍କୋର ମୂଲ୍ୟ ଟ.୪୯,୯୯୯ ରହିଥିବାବେଳେ ନୋକିଆ ୭ ପ୍ଲସର ମୂଲ୍ୟ ୨୫,୯୯୯ ଟଙ୍କା ଓ ନୋକିଆ ୬ର ମୂଲ୍ୟ ୧୬,୯୯୯ଟଙ୍କା ରହିଛି। ଏହି ସ୍ମାର୍ଟଫୋନ୍‌ଗୁଡ଼ିକ କ୍ରେଡିଟ୍‌ କାର୍ଡ, ବଜାଜ ଫାଇନ୍ସର୍ଭ ଓ ହୋମ୍‌ ଡେବିଟ୍‌ରେ ଜିରୋ ଇଏମ୍‌ଆଇରେ ଉପଲବ୍ଧ ହେଉଛି। ଆଇସିଆଇସିଆଇ ବ୍ୟାଙ୍କ ମେ ୩୧, ୨୦୧୮ ପର୍ଯ୍ୟନ୍ତ ୫% କ୍ୟାସ୍‌ବ୍ୟାକ୍‌ ଅଫର୍‌ ପ୍ରଦାନ କରୁଛି। ଏୟାରଟେଲ୍‌ ଗ୍ରାହକମାନଙ୍କ ପାଇଁ ଏହି ଫୋନ୍‌ଗୁଡ଼ିକରେ ସ୍ୱତନ୍ତ୍ର ଅଫର୍‌ ରହିଛି। ଏହି ସ୍ମାର୍ଟଫୋନ୍‌ଗୁଡ଼ିକୁ କିଣି ଏୟାରଟେଲ ଗ୍ରାହକମାନେ ଏୟରଟେଲ ଟିଭି ଆପରେ ଡିସେମ୍ବର ୩୧, ୨୦୧୮ ପର୍ଯ୍ୟନ୍ତ ମାଗଣା ବିସ୍ତୃତ ସେବା ପାଇପାରିବେ। ନୋକିଆ ଫୋନରେ ଗ୍ରାହକମାନେ ଚାହୁଁଥିବା ସମସ୍ତ ପ୍ରକାରର କାରିଗରୀ ରହିଛି । ଏହି ସ୍ମାର୍ଟଫୋନ୍‌ଗୁଡ଼ିକ ସ୍ଥାୟିତ୍ୱ ଏବଂ ଭରଷାଯୋଗ୍ୟ ହେବା ସହିତ ଉପକରଣ ଏବଂ ଡିଜାଇନରେ ଗ୍ରାହକମାନଙ୍କୁ ଉଚ୍ଚ ସ୍ତରର ଅନୁଭୂତି ପ୍ରଦାନ କରିଥାଆନ୍ତି

ସମ୍ବନ୍ଧିତ ଖବର