୩୧ ଏନବିଏଫସିର ପଞ୍ଜୀକରଣ ରଦ୍ଦ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦେଶରେ ୩୧ଟି ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ (ଏନବିଏଫସି)ର ପଞ୍ଜୀକରଣକୁ ରଦ୍ଦ କରିଦେଇଛି। ଏଗୁଡ଼ିକ ମଧ୍ୟରୁ ସର୍ବାଧିକ ୨୭ଟି ଏନବିଏଫସି ପଶ୍ଚିମବଙ୍ଗର ହୋଇଥିବା ବେଳେ ୪ଟି ଏନବିଏଫସି ଉତ୍ତର ପ୍ରଦେଶର। ତେବେ ଏସବୁ ଏନବିଏଫସିର ପଞ୍ଜୀକରଣ ରଦ୍ଦର କାରଣ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ଏତଦବ୍ୟତୀତ ଦେଶର ଅନ୍ୟ ୧୭ଟି ଏନବିଏଫସି ଯେଉଁମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଧ ପାଇଁ ଆବେଦନ କରିଥିଲେ ସେଗୁଡ଼ିକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ମଞ୍ଜୁରି ଦେଇଛି। ଉଲ୍ଲେଖଯୋଗ୍ୟଯେ, ଦେଶରେ ପ୍ରାୟ ୧୨ ହଜାର ଏନବିଏଫସି ରିଜର୍ଭ ବ୍ୟାଙ୍କ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି। ଏଗୁଡ଼ିକ ମଧ୍ୟରୁ ଅଳ୍ପ କେତୋଟି ଏନବିଏଫସି ଜମା ଗ୍ରହଣ କରିବାର ଅନୁମତି ପାଇଛନ୍ତି।

ସମ୍ବନ୍ଧିତ ଖବର