୩୨ ହଜାର ଟଙ୍କା ଟପିଲା ସୁନା

ନୂଆଦିଲ୍ଲୀ: କ୍ରମାଗତ ଭାବେ ୪ ଦିନ ହେଲା ସୁନା ଦରରେ ୪୫୦ ଟଙ୍କା ବୃଦ୍ଧି କାରଣରୁ ଆଜି ଏହା ୩୨ ହଜାର ଟଙ୍କା ଟପିଯାଇଛି। ବୁଲିଅନ ବଜାରରେ ୧୦ ଗ୍ରାମ ପିଛା ସୁନା ଦର ୧୦୦ ଟଙ୍କା ବୃଦ୍ଧି ପାଇ ୩୨,୦୫୦ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସହିତ ଘରୋଇ ବଜାରରେ ଗହଣା ନିର୍ମାତାଙ୍କ ଚାହିଦା ବୃଦ୍ଧି କାରଣରୁ ସୁନା ଦର ବୃଦ୍ଧି ଘଟୁଥିବା କୁହାଯାଉଛି। ସେହିଭଳି କିଲୋଗ୍ରାମ ପିଛା ରୁପା ଦର ମଧ୍ୟ ୧୦୦ ଟଙ୍କା ବୃଦ୍ଧି ଘଟି ଏହା ଆଜି ୪୧,୧୦୦ ଟଙ୍କାରେ ପହଞ୍ଚି ଯାଇଛି। କଏନ ନିର୍ମାତା ଏବଂ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ ରୁପା ଚାହିଦା ବୃଦ୍ଧି ଯୋଗୁ ଏହାର ମୂଲ୍ୟ ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ସ୍ତରରେ ନ୍ୟୁୟର୍କ ବଜାରରେ ଗତକାଲି ସୁନା ଦର ଆଉନ୍ସ ପିଛା ୦.୧୭ ପ୍ରତିଶତ ବୃଦ୍ଧି ଘଟି ୧୨୯୯ ଡଲାରରେ ପହଞ୍ଚି ଥିବାବେଳେ ରୁପା ଦର ଆଉନ୍ସ ପିଛା ୦.୬୦ ପ୍ରତିଶତ ବୃଦ୍ଧି ଘଟି ୧୬.୭୭ ଡଲାରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର