୩ଏସ୍‌ ଟିଭିଏସ୍‌ରେ ୨୪ ଘଣ୍ଟିଆ ସର୍ଭିସ୍‌ ଆରମ୍ଭ

ଭୁବନେଶ୍ବର,: ଟିଭିଏସ୍‌ ମୋଟର୍‌ କଂପାନିର ଡିଲର୍‌ ୩ଏସ୍‌ ଟିଭିଏସ୍‌ ପକ୍ଷରୁ ଶିଶୁ ବିହାର ଠାରେ ଥିବା ୱାର୍କସପ୍‌ରେ ଚବିଶ ଘଣ୍ଟିଆ ସର୍ଭିସ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଅବସରରେ କଂପାନିର ଏନ୍ଏସ୍‌ଏମ୍ (ସର୍ଭିସ୍‌) ଏସ୍‌ ବି ସିଂହ କହିଛନ୍ତି ଯେ, ଏହି ବ୍ୟବସ୍ଥା ଜରିଆରେ ଗ୍ରାହକମାନେ ରାତିରେ ମଧ୍ୟ ସର୍ଭିସିଂ ସୁବିଧା ପାଇପାରିବେ। ପୂର୍ବାଞ୍ଚଳ ଜୋନ୍‌ରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କଂପାନି ପକ୍ଷରୁ ଆରମ୍ଭ କରାଯାଇଛି। ଏହି ଅବସରରେ ୩ଏସ୍‌ ଟିଭିଏସ୍‌ର ତତ୍ତ୍ବାଧାକୟ ପ୍ରମୋଦ ପାତ୍ର କହିଛନ୍ତି ଯେ, ଗ୍ରାହକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଗ୍ରାହକମାନେ ନିଜ ସୁବିଧା ଅନୁସାରେ ଗାଡ଼ି ସର୍ଭିସିଂ ପାଇଁ ଦେଇପାରିବେ। ପୂର୍ବରୁ କେବଳ ଦିଲ୍ଲୀରେ କଂପାନିରେ ଏଭଳି ସର୍ଭିସିଂ ସୁବିଧା ଥିଲା। ଏହା ପରେ ପ୍ରଥମ ଥର ପାଇଁ ଭୁବନେଶ୍ବରେ ଏହି ସୁବିଧା ଆରମ୍ଭ କରାଯାଇଛି। ଏହି ଅବସରରେ କଂପାନିର ଏରିଆ ମ୍ୟାନେଜର ସର୍ଭିସ୍‌ ବି କେ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର