ଅନଲାଇନ୍‌ରେ ୫ରୁ ଗୋଟିଏ ସାମଗ୍ରୀ ନକଲି: ସର୍ଭେ

ବେଙ୍ଗାଲୁରୁ,: ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ହେଉଥିବା ସାମଗ୍ରୀ ମଧ୍ୟରୁ ୫ଟିରୁ ଗୋଟିଏ ନକଲି ବୋଲି ଏକ ସର୍ଭେରୁ ଜଣାଯାଇଛି। ତେବେ ନକଲି ସାମଗ୍ରୀ ଆସିବାର ଅଧିକ ଆଶଙ୍କା ପ୍ରସାଧାନ ଓ ସୁଗନ୍ଧିତ ସାମଗ୍ରୀ କ୍ଷେତ୍ରରେ ରହିଛି ବୋଲି କୁହାଯାଇଛି। ଲୋକାଲସର୍କଲସ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ପ୍ରାୟ ୩୦ ହଜାର ଲୋକଙ୍କୁ ନେଇ ଲୋକାଲସର୍କଲସ ଏହି ସର୍ଭେ କରିଥିଲା। ପ୍ରାୟ ସବୁ ପ୍ରମୁଖ ଇ-କମର୍ସ କମ୍ପାନି ଗୁଡ଼ିକରେ ନକଲି ସାମଗ୍ରୀ ଆସୁଛି ବୋଲି ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର