ରାଜ୍ୟରେ ଖୋଲିଲା ୨୫ଟି ନୂଆ ମୋଟୋ ହବ୍‌

ଭୁବନେଶ୍ୱର: ମୋଟୋରୋଲା ମୋବିଲିଟି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଓ କଟକରେ ୨୫ଟି ନୂଆ ମୋଟୋ ହବ୍‌ ଖୋଲାଯାଇଛି। ମୋଟୋ ହବ୍‌ ହେଉଛି ସେହି ସ୍ଥାନ ଯେଉଁଠାରେ ଗ୍ରାହକମାନେ ମୋଟୋରୋଲାର ସବୁ ପ୍ରକାର ଉତ୍ପାଦ ଗୋଟିଏ ଛାତ ତଳେ ପାଇପାରିବେ। ମୋଟୋ ଇ-ପ୍ଲସ୍‌, ମୋଟୋ ଜି-ପ୍ଲସ୍‌, ମୋଟୋ ଏକ୍ସ ଓ ଜିଏଫ୍‌୍‌କେ ମଧ୍ୟ ଏଠାରେ ଉପଲବ୍ଧ ହେବ। କଂପାନିର ଆଞ୍ଚଳିକ ବିକ୍ରି ମୁଖ୍ୟ ସଞ୍ଜୟ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ମୋଟୋରୋଲା ବ୍ରାଣ୍ଡ୍‌କୁ ଗ୍ରାହକଙ୍କ ନିକଟତର କରିବାକୁ ଆମେ ଚାହୁଁଛୁ। ମୋଟୋ ହବ୍‌ ଜରିଆରେ ଆମେ ଲୋକମାନଙ୍କୁ ଭିନ୍ନ ପ୍ରକାର ଅନୁଭୂତି ଦେବାକୁ ଲକ୍ଷ୍ୟ ରଖିଛୁ। ମୋଟୋ ହବ୍‌ଗୁଡ଼ିକରେ କଂପାନିର ସବୁ ପ୍ରକାର ହ୍ୟାଣ୍ଡସେଟ୍‌ ସହିତ ଇୟରଫୋନ୍‌, ହେଡ୍‌ଫୋନ୍‌, ମୋଟୋ ସେଲ୍‌ ଓ କଭର୍‌ ଆଦି ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର