ଭୋଟଦେଲେ ତେଲରେ ମିଳିବ ୫୦ ପଇସା ରିହାତି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା‌ ନିର୍ବାଚନରେ ଭୋଟଦାନକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବ ଭାରତୀୟ ପେଟ୍ରୋଲ ଡିଲର ସଂଘ ଏକ ଅଭିନବ ପନ୍ଥା ଆପଣାଇଛି। ନିର୍ବାଚନ ଦିନ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ୫୦ ପଇସାର ରିହାତି ଦେବାକୁ ସଂଘ ଘୋଷଣା କରିଛି। ଏହି ରିହାତି ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ଆଙ୍ଗୁଠିରେ ଭୋଟ କାଳି ଲାଗିଥିବା ଦେଖାଇବାକୁ ପଡ଼ିବ। ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ସଂଘର ସଭାପତି ଅଜୟ ବନସନ୍ କହିଛନ୍ତି, ଦେଶବ୍ୟାପୀ ଏହି ସୁବିଧା ନିର୍ବାଚନ ଦିନ ମିଳିବ। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୧୧ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।

ସମ୍ବନ୍ଧିତ ଖବର