୮୮ଟଙ୍କାର ବିଜୁଳି ବିଲ୍‌ ପୈଠ କରି ଖେଳନା ବିକାଳି ପାଇଲେ ୫ହଜାର ଟଙ୍କାର ପୁରସ୍କାର ରାଶି

ଜୟପୁର: ନିକଟରେ ଜଣେ ଖେଳନା ବିକାଳି ବିଜୁଳି ବିଲ୍‌ ପୈଠ କରି ୫ହଜାର ଟଙ୍କାର ପୁରସ୍କାର ରାଶି ପାଇଛନ୍ତି।

ସୂଚନାଯୋଗ୍ୟ, ବିଜୁଳି ମିତ୍ର ଆପ୍‌ ଓ ଅନ୍‌ଲାଇନ୍‌ ପୈଠ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ  ଡିସ୍‌କାମ୍ସ ପକ୍ଷରୁ ୧୦୦ ଉପଭୋକ୍ତାଙ୍କୁ ୫-୫ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ଦିଅାଯାଉଛି । ଜୁଲାଇରେ ବିଜୁଳି ମିତ୍ର ଆପ୍‌ରୁ ବିଲ୍‌ ଭରିଥିବା ୧୨୨୮ଜଣ ଉପଭୋକ୍ତାଙ୍କ ମଧ୍ୟରୁ ଶନିବାର ଲଟରି ଜରିଆରେ ୧୦୦ ଜଣ ଉପଭୋକ୍ତାଙ୍କୁ  ପୁରସ୍କାର ଲାଗି ଚୟନ କରାଯାଇଥିଲା।

ତେବେ ସବାଇମାଘୋପୁର, ଭୋପାଳନଗରର ହରିପ୍ରସାଦ ବିଜୁଳି ମିତ୍ର ଆପ୍‌ରୁ ୮୮ଟଙ୍କାର ବିଲ୍‌ ଜମା କରି ୫ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ଚୟନ କରାଯାଉଥିବା ଉପଭୋକ୍ତାଙ୍କୁ ୫ଲକ୍ଷ ଟଙ୍କାର ପ୍ରୋତ୍ସାହିତ ରାଶି ଆଗାମୀ ବିଲରେ ଦିଆଯିବ ବୋଲି ଯୋଜନା ରଖାଯାଇଛି। ହରିପ୍ରସାଦ ସବାଇ ମାଘୋପୁର ସହରରେ ଠେଲାରେ ଖେଳନା ବିକ୍ରି  କରନ୍ତି। ଅନ୍‌ଲାଇନ୍‌ .ନେଣଦେଣକୁ ବୃଦ୍ଧି କରିବା ପାଇଁ ଏଭଳି ଯୋଜନା କରାଯାଇଥିବା ଡିସ୍‌କାମସ୍‌ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଆରଜି ଗୁପ୍ତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର