୫୫୦ରୁ ଅଧିକ ଷ୍ଟାର୍ଟଅପକୁ ଅନୁଦାନ ଦେଇଛି ଷ୍ଟାର୍ଟଅପ ଇଣ୍ଡିଆ ହବ୍

ନୂଆଦିଲ୍ଲୀ :     ଜୁନ ମାସ ସୁଦ୍ଧା ଷ୍ଟାର୍ଟଅପ ଇଣ୍ଡିଆ ହବ୍ ଦ୍ୱାରା ୫୫୦ ରୁ ଉର୍ଦ୍ଧ୍ଵ ଷ୍ଟାର୍ଟଅପକୁ ଇନକ୍ୟୁବେସନ ଏବଂ ଅନୁଦାନ ପ୍ରଦାନ କରାଯାଇଛି । ୨,୨୦,୦୦୦ ପଞ୍ଜୀକରଣ ହାସଲ କରାଯାଇଛି ଏବଂ ୧ ଲକ୍ଷରୁ ଅଧିକ ସମସ୍ୟାର ସମାଧାନ କରାଯାଇଛି । ଗତ ମେ’ରେ ଘୋଷଣା କରାଯାଇଥିବା ଷ୍ଟାର୍ଟଅପ ଇଣ୍ଡିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦଫାରେ ନୀତି ଆୟୋଗ ଦ୍ୱାରା ଅନୁଦାନ ପାଇବା ପାଇଁ ଅଟଳ ଇନକ୍ୟୁବେସନ କେନ୍ଦ୍ର ଏବଂ ପ୍ରତିଷ୍ଠିତ ଇନକ୍ୟୁବେସନ କେନ୍ଦ୍ର ସମେତ 8ଟି ଇନକ୍ୟୁବେସନ କେନ୍ଦ୍ରର ଚୟନ କରାଯାଇଛି । ୨୦୧୭-୧୮ରେ ପ୍ରଥମ ଦଫାରେ ୧୯ ଟି ଇନକ୍ୟୁବେସନ କେନ୍ଦ୍ରମାନଙ୍କର ଚୟନ କରାଯାଇଛି । ୨୦୧୮ ଜୁଲାଇରେ ଅଟଳ ଅଭିନବତ୍ୱ ମିଶନ ଇନକ୍ୟୁବେସନ କେନ୍ଦ୍ର ପରିଚାଳନା ଏବଂ ମୂଲ୍ୟାୟନ ଭିତ୍ତିଭୂମିର ଶୁଭାରମ୍ଭ ହୋଇଛି ଯେଉଁଠାରେ କି ପ୍ରତିମାସରେ ଉଦ୍ଭବକାରୀମାନଙ୍କ ଦ୍ୱାରା ଇନକ୍ୟୁବେସନ ପ୍ରଦର୍ଶନ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଉଛି । ମାସିକ ବିବରଣୀରୁ ପର୍ଯ୍ୟାପ୍ତ ପରିମାଣରେ ତଥ୍ୟ ମିଳିବା ପରେ ପ୍ରଦର୍ଶନର ବିଶ୍ଲେଷଣ କରାଯିବ । ସମ୍ପ୍ରତି ଅଟଳ ଇନକ୍ୟୁବେସନ ମିଶନ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅଟଳ ଇନକ୍ୟୁବେସନ କେନ୍ଦ୍ର ଏବଂ ପ୍ରତିଷ୍ଠିତ ଇନକ୍ୟୁବେସନ କେନ୍ଦ୍ରମାନଙ୍କରେ ୩୬୦ରୁ ଉର୍ଦ୍ଧ୍ଵ ଷ୍ଟାର୍ଟଅପମାନଙ୍କର ଉଦ୍ଭବ ହୋଇଛି ।

ସମ୍ବନ୍ଧିତ ଖବର