୫୮ କୋଟି ନକଲି ଫେସବୁକ୍‌ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ: ନକଲି ଆକାଉଣ୍ଟ୍‌ ବିରୋଧରେ ଫେସବୁକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଚଳିତ ବର୍ଷର ପ୍ରଥମ ତିନି ମାସରେ ଫେସବୁକ୍‌ ପକ୍ଷରୁ ୫୮.୩ କୋଟି ନକଲି ଆକାଉଣ୍ଟ୍‌କୁ ବନ୍ଦ କରିଦିଆଯାଇଛି। ଯୌନ ଉଦ୍ଦୀପକ ଓ ହିଂସାତ୍ମକ ଛବି, ଆତଙ୍କବାଦୀଙ୍କ ପ୍ରଚାର ଓ ଘୃଣା ମନ୍ତବ୍ୟ ଆଦି ଉପରେ ଲଗାମ କଷିବା ପାଇଁ ଫେସବୁକ୍‌ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହି ସବୁ ପ୍ରକାର ବିଷୟବସ୍ତୁକୁ ନକଲି ଆକାଉଣ୍ଟ୍‌ ଜରିଆରେ ଅଧିକ ପ୍ରଚାର ପ୍ରସାର କରାଯାଇଥାଏ। ନକଲି ଆକାଉଣ୍ଟ୍‌କୁ ଅଟକାଇବା ଉପରେ ଫେସବୁକ୍‌ ଏବେ ସର୍ବାଧିକ ଗୁରୁତ୍ୱ ଦେଉଛି। ଏବେବି ଫେସବୁକ୍‌ର ମୋଟ ଆକାଉଣ୍ଟ୍‌ ମଧ୍ୟରୁ ୩-୪ ପ୍ରତିଶତ ନକଲି ଆକାଉଣ୍ଟ୍‌ ରହିଛି। କେମ୍ବ୍ରିଜ୍‌ ଆନାଲିଟିକା ପକ୍ଷରୁ ଫେସବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଘଟଣା ପ୍ରଘଟ ହେବା ପରେ ଫେସବୁକ୍‌କୁ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା। ଏହି ଘଟଣା ପରେ ଫେସବୁକ୍‌ ପକ୍ଷରୁ ବ୍ୟବହାରକାରୀଙ୍କ ତଥ୍ୟର ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର