ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ ହେବ ୫ଜି ଇଣ୍ଟରନେଟ ସେବା

ଚେନ୍ନାଇ: ଦେଶରେ ଦୀର୍ଘ ସମୟ ଧରି ୫ଜି ଇଣ୍ଟରନେଟ ସେବାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିଥିବା ବେଳେ ଏବେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଭାରତରେ ଖୁବ୍‌ ଶୀଘ୍ର ୫ଜି ଇଣ୍ଟରନେଟ ସେବା ଉପଲବ୍ଧ ହେବା ନେଇ ଖବର ପ୍ରକାଶ ପାଇଛି। ଏହି ୫ଜି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବା ନେଇ ପ୍ରୋଜେକ୍ଟର ଜାତୀୟ ସଂଯୋଜକ ଭାସ୍କର ରାମମୂର୍ତ୍ତୀ ଗଣମାଧ୍ୟମକୁ ସୂଚନା କହିଛନ୍ତି, ଏହି ଟେଷ୍ଟ ବେଡର ପ୍ରଥମ ଭର୍ସନ ୨୦୧୯ ମସିହା ଶେଷ ସୁଦ୍ଧା ପ୍ରସ୍ତୁତ ହେବା ସହ ଫାଇନାଲ ଭର୍ସନ ୨୦୨୧ ସୁଦ୍ଧା ପ୍ରସ୍ତୁତ ହେବ। ଅର୍ଥାତ୍‌ ଆସନ୍ତା ୨୦୨୧ ସୁଦ୍ଧା ଦେଶରେ ୫ଜି ଇଣ୍ଟରନେଟ ସୁବିଧା ଆରମ୍ଭ କରିବା ପାଇଁ ୩୦୦ଜଣ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ଜି ଟେଷ୍ଟ ବେଡ୍‌ ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦିଆଯାଉଛି।

୫ଜି ପ୍ରୋଜେକ୍ଟକୁ ଭାରତରେ ସଫଳତାର ସହ ଲଞ୍ଚ କରିବା ପାଇଁ କେନ୍ଦ୍ର ସରକାର ଏକ ୩ ବର୍ଷର ପ୍ରୋଜେକ୍ଟ ‘ବିଲ୍‌ଡିଙ୍ଗ ଆନ୍‌ ଏଣ୍ଡ୍‌ ଟୁ ଏଣ୍ଡ୍‌ ୫ଜି ଟେଷ୍ଟ ବେଡ୍‌’କୁ ୨୨୪କୋଟି ଟଙ୍କା ବିନିମୟରେ ଦେଶର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାଙ୍କୁ ପ୍ରଦାନ କରିଛନ୍ତି। ସେହି ଅନୁଷ୍ଠାନ ଗୁଡିକ ହେଉଛନ୍ତି ଆଇଆଇଟି ମାଡ୍ରାସ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ଦିଲ୍ଲୀ, ଆଇଆଇଟି କାନପୁର, ସେଣ୍ଟର ଅଫ୍‌ ଏକ୍ସିଲେନ୍‌ସ ଇନ୍‌ ୱାୟାରଲେସ୍‌ ଟେକ୍ନୋଲୋଜି(ସିଇଡବ୍ଲୁଆଇଟି), ସୋସାଇଟି ଫର୍‌ ଆପ୍ଲାଏଡ୍‌ ମାଇକ୍ରୋୱେଭ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ(ସମୀର) ଓ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ(ଆଇଆଇଏସ୍‌ସି)। ଯଦି ଏହି ପ୍ରୋଜେକ୍ଟ ସଫଳତା ହୁଏ, ଏହା ଭାରତ ପାଇଁ ଏକ ବଡ ସଫଳତା ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର