୬୦୦୦ କୋଟି ଫେରାଇବ ପିଏନ୍‌ବି

ମୁମ୍ବାଇ: ଏଲ୍‌ଓୟୁ ମାଧ୍ୟମରେ ନିରବ ମୋଦି ଓ ମେହୁଲ ଚୋକ୍‌ସି ଅନ୍ୟ ବ୍ୟାଙ୍କଗୁଡ଼ିକରୁ ଯେଉଁ ଟଙ୍କା ଋଣ ଆକାରରେ ନେଇଛନ୍ତି ତାହାକୁ ପିଏନ୍‌ବି ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ଫେରାଇବ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ପିଏନ୍‌ବି ଏହି ଅର୍ଥ ସର୍ତରେ ଫେରାଇବ ବୋଲି କହିଛି। ତେବେ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ସେମାନଙ୍କ ତଦନ୍ତରେ ଯଦି କୁହନ୍ତି ଏହି ବ୍ୟାଙ୍କ ଗୁଡ଼ିକ ମଧ୍ୟ ମନ୍ଦ ଉଦ୍ଦେଶ୍ୟ ରଖି ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କୁ ଟଙ୍କା ପ୍ରଦାନ କରିଥିଲେ ତାହେଲେ ପରବର୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଏହି ଟଙ୍କା ପିଏନ୍‌ବିକୁ ଫେରାଇବାକୁ ହେବ। ତେବେ ପିଏନ୍‌ବିର ମତାମତ ଏହି ରିପୋର୍ଟ ଉପରେ ତୁରନ୍ତ ମିଳିପାରି ନାହିଁ। ଚଳିତମାସ ଶେଷ ସୁଦ୍ଧା ପ୍ରାୟ ୬୦୦୦ କୋଟି ଟଙ୍କା ପିଏନ୍‌ବି ଅନ୍ୟ ବ୍ୟାଙ୍କ ଗୁଡ଼ିକୁ ପ୍ରଦାନ କରିବ। ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ସମେତ ଅନ୍ୟ କେତେକ ବ୍ୟାଙ୍କ ପିଏନ୍‌ବିର ଏଲ୍‌ଓୟୁରେ ଏହି ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରିଛନ୍ତି। ତେବେ ପରେ ଏଲଓୟୁ ଗୁଡ଼ିକ ଜାଲ୍‌ ଥିଲା ବୋଲି ପିଏନ୍‌ବି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର