ଏକ ମିନିଟ୍‌ରେ ଉଡ଼ିଗଲା ୭୫୦୦ କୋଟି

ନ୍ୟୁୟର୍କ: ଷ୍ଟକ ବଜାରରେ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବା ଟେସ୍‌ଲାର ସିଇଓ ଏଲନ୍‌ ମସ୍କଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୋଟିଏ ମିନିଟ୍ ଭିତରେ ସେ ୧.୧ ବିଲିଅନ ଡଲାର ବା ୭୪୮୦ କୋଟି ଟଙ୍କା ହରାଇଛନ୍ତି। ତାଙ୍କ କଂପାନି ଟେସ୍‌ଲା ହେଉଛି ବିଶ୍ବର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା। ଏହି କଂପାନିର ସେୟାର ମୂଲ୍ୟ ୧୧% ଖସିଯିବା ପରେ ଏଲନ୍‌ ଏଭଳି କ୍ଷତି ସହିଛନ୍ତି। ଏଲନ୍‌ଙ୍କ ସମ୍ପତ୍ତିର ୧୦ ବିଲିଅନ୍‌ ଡଲାର ଟେସ୍‌ଲାରେ ଥିବା ସେୟାର ଆକାରରେ ରହିଛି। ସେୟାର ମୂଲ୍ୟରେ ହ୍ରାସ କିମ୍ବା ବୃଦ୍ଧି ହେଲେ ତାଙ୍କ ସମ୍ପତ୍ତିରେ ସେହି ଅନୁସାରେ ପରିବର୍ତନ ହୋଇଥାଏ। ଅନ୍ୟ ଏକ କଂପାନି ସ୍ପେସ୍ ଏକ୍ସରେ ମଧ୍ୟ ତାଙ୍କର ୧୩ ବିଲିଅନ ଡଲାର ମୂଲ୍ୟର ସେୟାର ରହିଛି।

ସମ୍ବନ୍ଧିତ ଖବର