ଦେଶର ୪୯୬ଟି ଟୋଲ ପ୍ଲାଜାରେ ଦିନକୁ ୮.୬୨ ଲକ୍ଷ ଫାଷ୍ଟଟ୍ୟାଗ୍ କାରବାର ହେଉଛି

ଭୁବନେଶ୍ୱର: ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ତରଫରୁ ଲାଗୁ କରାଯାଇଥିବା ଜାତୀୟ ଇଲେକ୍ଟ୍ରୋନିକ୍ସ ଟୋଲ୍ ସଂଗ୍ରହ (ଏନଇଟିସି) କାର୍ଯ୍ୟକ୍ରମ ବେଶ ସଫଳ ହୋଇଛି । ଏବେ ଦେଶରେ ୨୫% ଟୋଲ୍ ଶୁଳ୍କ ଏହି କାର୍ଯ୍ୟକ୍ରମ ଜରିଆରେ ଆଦାୟ କରାଯାଉଛି । ଦେଶରେ ୪୯୬ଟି ଜାତୀୟ/ରାଜ୍ୟ ଟୋଲ୍ ପ୍ଲାଜାରେ ପ୍ରତିଦିନ ୮.୬୨ ଲକ୍ଷ କାରବାର କରାଯାଉଛି ।

୨୦୧୬ ଡିସେମ୍ବରରେ ଏନସିପିଆଇ ତରଫରୁ ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷ (ଏନଏଚଏଆଇ) ଓ ଭାରତୀୟ ରାଜପଥ ପରିଚାଳନା କଂପାନି ଲିମିଟେଡ୍ (ଆଇଏଚଏମସିଏଲ) ସହଯୋଗରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା । ଗୋଟିଏ ଦେଶ-ଗୋଟିଏ ଟ୍ୟାଗ୍ ଲକ୍ଷ୍ୟର ପ୍ରଚାର କରିବା ପାଇଁ ଏନ୍ଏଚ୍ଏଆଇ ଓ ଆଇଏଚଏମସିଏଲ ତରଫରୁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା ଯେଉଁଥିରେ ସବୁ ରାଜ୍ୟ ଓ ସହର ଟୋଲ ପ୍ଲାଜାରେ ଫାଷ୍ଟ ଟାଗ୍ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଆଇଏଚଏମସିଲ୍ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । କର୍ମଶାଳାରେ ଏନ୍ଏଚ୍ଏଆଇ, ଏନ୍ସିପିଆଇ, କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଏବଂ ତାଲିମନାଡ଼ୁର ସଡ଼କ ବିକାଶ ନିଗମ ଏବଂ ଏନ୍ଇଟିସି କାର୍ଯ୍ୟକ୍ରମ ସହ ଜଡ଼ିତ ଥିବା ବ୍ୟାଙ୍କଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର