ଆଧାର ତଥ୍ୟର ସୁରକ୍ଷାକୁ ନେଇ ୮୦% ଲୋକ ଚିନ୍ତିତ

ନୂଆଦିଲ୍ଲୀ: ଆଧାର ତଥ୍ୟର ସୁରକ୍ଷାକୁ ନେଇ ଦେଶର ୮୦% ଲୋକ ଚିନ୍ତିତ ଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏହି ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣ ଲୋକଙ୍କ ମଧ୍ୟରୁ ୮ ଜଣ ଆଧାର ତଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଭେଲୋସିଟି ଏମ୍‌ଆର୍‌ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୫୮୦୦ ଲୋକ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କହିଛନ୍ତି ଯେ ଅନଲାଇନ୍‌ରେ ଥିବା ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା ଦିଗରେ ସରକାର ହସ୍ତକ୍ଷେପ କରିବା ଦରକାର। ଦେଶରେ ଏବେ ୧୨୧ କୋଟି ଲୋକଙ୍କ ପାଖରେ ଆଧାର ରହିଛି।

ସମ୍ବନ୍ଧିତ ଖବର