୯ ଥର ଶୁଳ୍କ ବଢ଼ିଛି, ଥରେ କମିଛି

୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରିଛନ୍ତି। ୧୫ ମାସ ମଧ୍ୟରେ ଲିଟର ପିଛା ପେଟ୍ରୋଲରେ ଉତ୍ପାଦନ ଶୁଳ୍କ ବାବଦରେ ୯ ଥରରେ ୧୧ ଟଙ୍କା ୭୭ ପଇସା ଏବଂ ଡିଜେଲରେ ୧୩ ଟଙ୍କା ୪୭ ପଇସା ଅଧିକ ଆଦାୟ କରିଛନ୍ତି। କିନ୍ତୁ ପରେ ଗତବର୍ଷ ଅକ୍ଟୋବରରେ ଥରେ ମାତ୍ର ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଉଭୟ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ୨ ଟଙ୍କା ହ୍ରାସ କରିଛନ୍ତି। ଉତ୍ପାଦନ ଶୁଳ୍କ ବୃଦ୍ଧି ଯୋଗୁ ସରକାର ଏ ବାବଦରେ ବର୍ଷକୁ ପ୍ରାୟ ୨ ଲକ୍ଷ ୪୨ ହଜାର କୋଟି ଟଙ୍କା ଆଦାୟ କରୁଛନ୍ତି। ପୂର୍ବରୁ ୨୦୧୪-୧୫ରେ ଏ ବାବଦରେ ସରକାରଙ୍କୁ ବାର୍ଷିକ ୯୯ ହଜାର କୋଟି ଟଙ୍କାର ରାଜସ୍ୱ ମିଳୁଥିଲା।

ସମ୍ବନ୍ଧିତ ଖବର