୯୫୦୦ ଆର୍ଥିକ ସଂସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ

ନୂଆଦିଲ୍ଲୀ: ଆର୍ଥିକ କାରବାର କରୁଥିବା ୯୫୦୦ଟି କମ୍ପାନିଙ୍କ ତାଲିକା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ଅର୍ଥ ମନ୍ତ୍ରାଳୟ ଅଧୀନ ଆର୍ଥିକ ଗୁଇନ୍ଦା ୟୁନିଟ୍‌(ଏଫ୍‌ଆଇୟୁ) ପକ୍ଷରୁ ଏହି କମ୍ପାନିଗୁଡ଼ିକୁ ‘ହାଇ ରିସ୍କ’ ବା ଉଚ୍ଚ ବିପଦପୂର୍ଣ୍ଣ କମ୍ପାନି ବର୍ଗରେ ରଖାଯାଇଛି। ଆର୍ଥିକ କାରବାର କରୁଥିବା ଏହି ସବୁ କମ୍ପାନି ଗୁଡ଼ିକ ଏନ୍‌ବିଏଫ୍‌ସି ବା ଅଣ ବ୍ୟାଙ୍କିଂ ଆର୍ଥିକ କାରବାର କରୁଥିବା କମ୍ପାନି। ଏଫଆଇୟୁ-ଇଣ୍ଡିଆର େଓ୍ଵବସାଇଟ୍‌ରେ ଏହି କମ୍ପାନି ଗୁଡ଼ିକର ନାମ ଉଲ୍ଲେଖ କରାଯାଇଛି। ଏହି କମ୍ପାନି ଗୁଡ଼ିକ ଗତ ଜାନୁଆରି ୩୧ ତାରିଖ ସୁଦ୍ଧା ମନି ଲଣ୍ଡରିଂ ଆଇନର ନିୟମକୁ ପାଳନ କରିନାହାନ୍ତି ବୋଲି ଦର୍ଶାଯାଇଛି। ୨୦୧୬ ନଭେମ୍ବର ୮ ତାରିଖ ରାତିରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ସରକାର ଅଚଳ ଘୋଷଣା କରିଥିଲେ। ଏହାପରେ ଏହି ଏନ୍‌ବିଏଫ୍‌ସି ଗୁଡ଼ିକ ଆୟକର ବିଭାଗ ଓ ପ୍ରବର୍ତନ ନିର୍ଦେଶାଳୟ (ଇଡି)ର ନଜରରେ ଆସିଯାଇଥିଲେ।

ସମ୍ବନ୍ଧିତ ଖବର