୯୯୯ ଟଙ୍କାରେ ମିଳୁଛି ବିମାନ ଟିକଟ

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ୯୯୯ ଟଙ୍କାରେ ବିମାନ ଟିକଟ ଉପଲବ୍ଧ ହେଉଛି। ଦେଶର ଦୁଇ ବିମାନ କଂପାନି ଏୟାରଏସିଆ ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ୯୯୯ ଟଙ୍କାରେ ଟିକଟ ବିକ୍ରି ଆରମ୍ଭ କରାଯାଇଛି। ଏୟାର ଏସିଆର ଯାତ୍ରୀମାନେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ସୁଲଭ ମୂଲ୍ୟରେ ଟିକଟ କିଣିପାରିବେ। ସେମାନଙ୍କୁ ସେପ୍ଟେମ୍ବର ୨-୯ ଭିତରେ ଟିକଟ ବୁକିଙ୍ଗ୍‌ କରିବାକୁ ହେବ। ସେହି ଟିକଟରେ ଯାତ୍ରୀମାନେ ୨୦୧୯ର ଫେବ୍ରୁଆରି ୧୯ରୁ ନଭେମ୍ବର ୨୬ ମଧ୍ୟରେ ଯାତ୍ରା କରିପାରିବେ। ସେହିପରି ଏୟାରଏସିଆର ଯାତ୍ରୀମାନେ ୧୩୯୯ ଟଙ୍କା ଦେଇ କୁଆଲାଲୁମ୍ପୁର, ସିଡ୍‌ନି, ବ୍ୟାଙ୍କକ୍‌, ଅଷ୍ଟ୍ରେଲିଆ ଓ ସିଙ୍ଗାପୁର ଭଳି ସ୍ଥାନକୁ ଯାତ୍ରା କରିବା ପାଇଁ ଟିକଟ କିଣିପାରିବେ। ଇଣ୍ଡିଗୋର ଯାତ୍ରୀମାନେ ମଧ୍ୟ ୯୯୯ ଟଙ୍କାରେ ଦେଶ ଭିତରେ ବିମାନ ଯାତ୍ରା କରିବାର ସୁଯୋଗ ପାଇବେ। ଏହି ଅଫରରେ ୧୦ ଲକ୍ଷ ସିଟ୍‌ ଉପଲବ୍ଧ ହେଉଛି। ସେହିପରି କଂପାନିର ଯାତ୍ରୀମାନେ ୩୧୯୯ ଟଙ୍କାରେ ଆନ୍ତର୍ଜାତିକ ସହରକୁ ଯାତ୍ରା କରିବା ପାଇଁ ଟିକଟ କିଣିପାରିବେ। ସେପ୍ଟେମ୍ବର ୬ ତାରିଖ ଭିତରେ ଯାତ୍ରୀମାନଙ୍କୁ ଏହି ଟିକଟ କିଣିବାକୁ ପଡ଼ିବ। ସେଥିରେ ସେମାନେ ସେପ୍ଟେମ୍ବର ୧୮ରୁ ୨୦୧୯ ମାର୍ଚ ମଧ୍ୟରେ ଯେକୌଣସି ଦିନ ଯାତ୍ରା କରିପାରିବେ।

ସମ୍ବନ୍ଧିତ ଖବର