ଆଧାର ଭର୍ଚୁଆଲ ଆଇଡିର ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ(ୟୁଆଇଡିଏଆଇ) ଆଧାରର ବହୁ ପ୍ରତୀକ୍ଷିତ ଭର୍ଚୁଆଲ ଆଇଡିର ବିଟା ଭର୍ସନ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସେବାପ୍ରଦାନକାରୀମାନେ ଆଧାର ନମ୍ବର ବଦଳରେ ଭର୍ଚୁଆଲ ଆଇଡି ପାଇପାରିବେ ବୋଲି ୟୁଆଇଡିଏଆଇ କହିଛି। ବିଟା ଫର୍ମରେ ୟୁଜରମାନେ ସେମାନଙ୍କ ଭର୍ଚୁଆଲ ଆଇଡି ସୃଷ୍ଟି କରିପାରିବେ। ଏଥିସହିତ ଏହାକୁ ଆଧାରରେ ଠିକଣା ଅପଡେଟ୍‌ କରିବା ସୁବିଧା ପାଇବେ। ଉଲ୍ଲେଖଯୋଗ୍ୟ ଯେ, ଏହି ସେବା ଆରମ୍ଭ ହେଲେ ଆଧାର ନମ୍ବରର କୌଣସି ଯାଞ୍ଚ ବା ପ୍ରମାଣନ ପାଇଁ ଲୋକଙ୍କୁ ସେମାନଙ୍କ ୧୨ ଅଙ୍କ ବିଶିଷ୍ଟ ପ୍ରକୃତ ଆଧାର ନମ୍ବର ନଦେଇ ଭର୍ଚୁଆଲ ନମ୍ବର ପ୍ରଦାନ ସୁବିଧା ମିଳିବ। ଭର୍ଚୁଆଲ ଆଇଡିଟି ୧୬ ଅଙ୍କ ବିଶିଷ୍ଟ ରହିବ। ଲୋକମାନେ ୟୁଆଇଡିଏଆଇର େଓ୍ଵବସାଇଟ୍‌ରୁ ଏହି ଭର୍ଚୁଆଲ ଆଇଡି ସୃଷ୍ଟି କରିପାରିବେ। ଚଳିତବର୍ଷ ଜାନୁଆରିରେ ୟୁଆଇଡିଏଆଇ ପକ୍ଷରୁ ଭର୍ଚୁଆଲ ଆଇଡି ଆରମ୍ଭ ନେଇ ଘୋଷଣା କରାଯାଇଥିଲା। ଆଧାର ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କିଛି ଦିନ ତଳେ ୟୁଆଇଡିଏଆଇର ସିଇଓ ଅଜୟ ଭୂଷଣ ପାଣ୍ଡେ ସୁପ୍ରିମକୋର୍ଟରେ ଆଧାରର ନିରାପତ୍ତା ସମ୍ପର୍କରେ ମତ ରଖିସାରିଛନ୍ତି।

ସମ୍ବନ୍ଧିତ ଖବର