ଏଣିକି ଏସ୍‌ବିଆଇ ଗ୍ରାହକ ଏହି ସବୁ ଉପାୟରେ ସହଜ ଓ ସୁବିଧାରେ ଆଧାର ସଂଯୋଗ କରିପାରିବେ

ମୁମ୍ବାଇ: ଆପଣ ଭାରତୀୟ ଷ୍ଟେଟବ୍ୟାଙ୍କର ଜମାଖାତାଧାରୀ ଅଛନ୍ତି କି? ଆପଣ ନିଜର ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରିସାରିଲେଣି? ଯଦି ସଂଯୋଗ କରି ନାହାନ୍ତି ତେବେ ଏସ୍‌ବିଆଇ ଆପଣଙ୍କୁ ବ୍ୟାଙ୍କ ଆକଉଣ୍ଟରେ ଆଧାର ସଂଯୋଗ ନେଇ ସୁବିଧା ଯୋଗାଇ ଦେବ।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ପକ୍ଷରୁ ଟୁଇଟ କରି ଲେଖାଯାଇଛି, ୨୦୧୭ ଜୁନ୍‌ ୧ ତାରିଖରେ ସଂଶୋଧିତ ପିଏମଏଲ ନିୟମ ଅନୁଯାୟୀ ନିର୍ଦ୍ଦେଶ ଦିଆଯାଇଛି, ସରକାର ୨୦୧୭ ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ କରିଦେଇଛନ୍ତି। ତେଣୁ ଏସ୍‌ବିଆଇ କେତେଟି ମାଧ୍ୟମ ସଂପର୍କରେ ଉଲ୍ଲେଖ କରିଛି ଯାହା ଜରିଆରେ ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରିହେବ।

ଏଣିକି ଏସ୍‌ବିଆଇ ତାର ଗ୍ରାହକଙ୍କ ଲାଗି ସୁବିଧା ଓ ସହଜରେ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରିବାର ଉପାୟ ବାହାର କରିଛି। ଯଦି ଆପଣ ଏସ୍‌ବିଆଇ ଗ୍ରାହକ ତେବେ ଅନ୍‌ଲାଇନ୍‌ ଏସ୍‌ଏମ୍‌ଏସ୍‌, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ଏଟିଏମ୍‌ ଓ ଏସ୍‌ବିଆଇ ଶାଖା ଆଦି ବଭିନ୍ନ ମାଧ୍ୟମରେ ଆକାଉଣ୍ଟ ସହ ଆଧାର ସଂଯୋଗ କରି ପାରିବେ।

କେମିତି ଏସ୍‌ବିଆଇ ଆକାଉଣ୍ଟରୁ ଏସ୍‌ଏମ୍‌ଏସ୍‌ ଜରିଆରେ ଆଧାର ସଂଯୋଗ କରିବେ ?

୧. ଆପଣ ପଞ୍ଜିକୃତ ମୋବାଇଲ ନମ୍ବରରୁ ୫୬୭୬୭୬କୁ ଆପଣଙ୍କ ଆଧାର ନମ୍ବର ଆକଉଣ୍ଟ ନମ୍ବର ପଠାନ୍ତୁ। ଯଦି ଆପଣ ମୋବାଇଲ ନମ୍ବର ପଞ୍ଜିକୃତ ହୋଇନାହିଁ,କିମ୍ବା ଆପଣ ଆଧାର ନମ୍ବର ପୂର୍ବରୁ ଆକଉଣ୍ଟରେ ସଂଯୋଗ ଅଛି ତେବେ ଏକ ଏସ୍‌ଏମ୍‌ଏସ୍‌ ଆପଣଙ୍କୁ ପାଖକୁ ଆସିବ।

କେମିତି ଏସ୍‌ବିଆଇ ଆକାଉଣ୍ଟରୁ ନେଟ ବ୍ୟାଙ୍କିଂ ଜରିଆରେ ଆଧାର ସଂଯୋଗ କରିବେ?

୧.ଏସ୍‌ବିଆଇ ବ୍ୟବହାରକାରୀ ପ୍ରଥମେ ଏସ୍‌ବିଆଇ େଓ୍ଵବସାଇଟ www.onlinesbi.comକୁ ଲଗ୍‌ ଇନ୍‌ କରନ୍ତୁ।

୨. ମାଇଁ ଆକାଉଣ୍ଟ ବାମ ପାର୍ଶ୍ୱରେ ‘ଲିଙ୍କ ଇୟୋର ଆଧାର ନମ୍ବର’ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କୁ ଆଉ ଏକ ନୂତନ ପେଜ୍‌ ସୃଷ୍ଟି ହେବ।

୩. ଏହାପରେ ଆକାଉଣ୍ଟ ନମ୍ବର ଚୟନ କରି ଆଧାର ନମ୍ବର ଭର୍ତ୍ତି କରନ୍ତୁ ଏବଂ ସବ୍‌ମିଟ ଅପସନ୍‌ ଉପରେ କ୍ଲିକ୍‌ କରି ଦିଅନ୍ତୁ।

୪. ଏହାପରେ ଆପଣଙ୍କ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରର ୨ଅଙ୍କ ଆପଣଙ୍କୁ ସୂଚିତ ହେବ। ଆପଣ ଏଠାରେ ସୁନିଶ୍ଚିତ କରିବାକୁ ଚାହିଁଲେ କରି ପାରିବେ, ନଚେତ ନମ୍ବର ସଂଶୋଧନ ମଧ୍ୟ କରିବାର ବିକଳ୍ପ ବି ରହିଛି।

୫. ଏହାପରେ ସମ୍ପୂର୍ଣ୍ଣ ଷ୍ଟାଟସ୍‌ ଆପଣଙ୍କ ଫୋନକୁ ଚାଲି ଆସିବ।

କେମିତି ଏସ୍‌ବିଆଇ ଆକାଉଣ୍ଟରୁ ଏସ୍‌ବିଆଇ ଏଟିଏମ୍‌ ଜରିଆରେ ଆଧାର ସଂଯୋଗ କରିବେ ?

୧. ପ୍ରଥମେ ଏଟିଏମ୍‌ ସ୍ୱାଇପ୍‌ କରି ପିନ୍‌ ନମ୍ବର ଏଣ୍ଟର କରନ୍ତୁ।
୨. ପିନ୍‌ ନମ୍ବର ଏଣ୍ଟର କରିସାରିବା ପରେ ‘ସର୍ଭିସ୍‌’ ଟ୍ୟାବ୍‌ ଜରିଆରେ ‘ରେଜିଷ୍ଟ୍ରେସନ୍‌’ ନମ୍ବର ଚୟନ କରିବାକୁ ହେବ।
୩. ଏହାପରେ ଆଧାର ରେଜିଷ୍ଟ୍ରସନ୍‌ ଚୟନ କରିବେ।
୪. ସେଭିଂ କିମ୍ବା ଚେକିଂ ଆକାଉଣ୍ଟ ଚୟନ କରନ୍ତୁୂ।
୫.ଏ ସବୁ ନିୟମ ଅବଲମ୍ବନ କରି ସାରିବା ପରେ ଆଧାର ନମ୍ବର ଦେଇ ଏଣ୍ଟର ମାରି ଦିଅନ୍ତୁ ।
୬. ଏହାପରେ ରି-ଏଣ୍ଟର ମାରନ୍ତୁ।

କେମିତି ଏସ୍‌ବିଆଇ ଆକାଉଣ୍ଟରୁ ଏସ୍‌ବିଆଇ ବ୍ରାଞ୍ଚ ଜରିଆରେ ଆଧାର ସଂଯୋଗ କରିବେ?
୧. ଆଧାର କାର୍ଡର ଏକ ନକଲ ନେଇ ଏସ୍‌ବିଆଇ ବ୍ରାଞ୍ଚକୁ ଯାଆନ୍ତୁ
୨. ଆଧାର ସଂଯୋଗ ଫର୍ମରେ ସହିତ ଆଧାର କପି ସଂଯୋଗ କରନ୍ତୁ।
୩. ବ୍ୟାଙ୍କ ଆବଶ୍ୟକୀୟ ଭେରିଫିକେସନ୍‌ ପରେ ଆପଣଙ୍କ ଆକାଉଣ୍ଟରେ ଆଧାର ସଂଯୋଗ କରିଦେବେ। ଯାହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‌ ନମ୍ବରକୁ ଏକ ମେସେଜ ଆସିଯିବ।

 

ସମ୍ବନ୍ଧିତ ଖବର