ଲଞ୍ଚ ହେଲା ଦୁନିଆର ପ୍ରଥମ ଏସି ହେଲମେଟ, ବାଇକ୍‌ ଚଳାଇବା ସମୟରେ ଏବେ ମୁଣ୍ଡ ରହିବ ଥଣ୍ଡା

ନୂଆଦିଲ୍ଲୀ: ଯେଉଁମାନେ ବାଇକ୍‌ ଚଳାଇବା ସମୟରେ ଗରମ ହେଉଥିବାରୁ ହେଲମେଟ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ଖୁସି ଖବର। ଏତଦ୍‌ ବ୍ୟତୀତ ଗରମ ଦିନେ ମଧ୍ୟ ହେଲମେଟ ପିନ୍ଧିବାକୁ ସାଧାରଣତଃ ଭଲ ଲାଗି ନଥାଏ। ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ବାଇକ୍‌ ହେଲମେଟ ବନାଉଥିବା କମ୍ପାନି ଫିହର ଦୁନିଆର ପ୍ରଥମ ଏସି ହେଲମେଟ Feher ACH-1ଲଞ୍ଚ କରିଛି। ବାଇକ୍‌ ଚଳାଇବା ସମୟରେ ଏହି ହେଲମେଟ ମୁଣ୍ଡକୁ ଥଣ୍ଡା ରଖିବା ସହିତ ହେଲମେଟ ଭିତରେ ତାପମାତ୍ରାକୁ ନିୟନ୍ତ୍ରଣ ରଖିବ। ସାଧାରଣ ହେଲମେଟର ଓଜନ ଯେତିକି ଏହି ହେଲମେଟର ଓଜନ ସେତିକି ହିଁ ରହିବ। Feher ACH-1 ହେଲମେଟ ୧୪୫୦ ଗ୍ରାମ୍‌ର ଆସିବ। ଅର୍ଥାତ୍‌ ଅନ୍ୟ ଆନ୍ତର୍ଜାତୀୟ ବ୍ରାଣ୍ଡର ହେଲମେଟ ତୁଳନାରେ ଏହାର ଓଜନ କମ୍‌ ରହିବ। ଏହି ହେଲମେଟର ପଛ ପାର୍ଶ୍ୱରେ ଏସି ଲାଗିଛି ଏହା ଦ୍ୱାରା ବାଇକ୍‌ ଚାଳକଙ୍କ ମୁଣ୍ଡକୁ ଏହା ଥଣ୍ଡା ରଖିବ।

ଫାଇବରରେ ପ୍ରସ୍ତୁତ Feher ACH-1 ହେଲମେଟ ଦେଖିବାକୁ ମଧ୍ୟ ସୁନ୍ଦର ଓ ମୂଲ୍ୟ ପାଖାପାଖି ୪୦ହଜାର ରହିବ ବୋଲି ଅନୁମାନ କରାଯାଇଛି। ଫିହର କମ୍ପାନିର ଅଧିକାରିକ େଓ୍ଵବସାଇଟ ଯାଇ ଆପଣ ଏହି ହେଲମେଟ କିଣି ପାରିବେ । ଏଥିରେ ଆଣ୍ଟ, ଫଗ୍‌ ଓ ସ୍କ୍ରାଚ ଫାଇବର ଗ୍ଲାସ୍‌ ବି ବ୍ୟବହାର କରାଯାଇଛି। ଗରମ ଓ ଥଣ୍ଡା ଉଭୟ ସମୟରେ ଏହି ହେଲମେଟକୁ ବ୍ୟବହାର କରି ହେବ। ବର୍ଷା ସମୟରେ Feher ACH-1 ହେଲମେଟକୁ କମ୍ପାନି ବ୍ୟବହାର କରିବା ପାଇଁ ମନା କରିଛି।

ସମ୍ବନ୍ଧିତ ଖବର