ଆସସ୍‌ ଆଣିଲା ସବୁଠୁ ପତଳା ନୋଟ୍‌ବୁକ୍

ଭୁବନେଶ୍ବର: ଆସସ୍‌ ପକ୍ଷରୁ ବିଶ୍ବର ସବୁଠୁ ପତଳା ନୋଟ୍‌ବୁକ୍ ସିରିଜ୍ ଜେନ୍‌ବୁକ୍‌କୁ ଉନ୍ମୋଚନ କରାଯାଇଛି। ଏହି ସିରିଜ୍‌ରେ ତିନିଟି ଲାପ୍‌ଟପ୍ ରହିଛି। ତାହା ହେଉଛି ଜେନ୍‌ବୁକ୍ ୧୩, ୧୪ ଓ ୧୫। ସେଗୁଡ଼ିକ ବହୁତ ପତଳା, ହାଲୁକା ଓ ନମନୀୟ। ଲାପ୍‌ଟପ୍‌ଗୁଡ଼ିକୁ ଥରେ ଚାର୍ଜ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଥିରେ କାମ କରିହେବ। ଜେନ୍‌ବୁକ୍‌ ୧୩ରେ ୧୩ ଇଞ୍ଚ୍‌ର ସ୍କ୍ରିନ୍ ରହିଛି। ଏହା ଏ୪ କାଗଜ ଠାରୁ ମଧ୍ୟ ଛୋଟ। ଜେନ୍‌ବୁକ୍ ସିରିଜ୍‌ର ଲାପ୍‌ଟପ୍‌ଗୁଡ଼ିକୁ ବ୍ୟବହାର କରିବା ବହୁତ ସହଜ ବୋଲି କଂପାନିର ଗେମିଂ ବିଭାଗ ମୁଖ୍ୟ ଆର୍ନୋଲ୍ଡ ସୁ କହିଛନ୍ତି।

ସମ୍ବନ୍ଧିତ ଖବର