ଆଦାନି ପୋର୍ଟ-ଗେଲ୍‌ ବୁଝାମଣା

ଭୁବନେଶ୍ୱର: ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ୍‌ ପାଇଁ ଆଦାନି ପୋର୍ଟସ ଆଣ୍ଡ ସ୍ପେସିଆଲ୍‌ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌) ଓ ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ମଧ୍ୟରେ ବୁଝାମଣା ହୋଇଛି। ବୁଝାମଣା ଅନୁସାରେ ଗେଲ୍‌ ପକ୍ଷରୁ ୨୦ ବର୍ଷ ପାଇଁ ବାର୍ଷିକ ୧.୫ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ପ୍ରଦାନ କରାଯିବ। ସେହି ଗ୍ୟାସ୍‌କୁ କଂପାନି ପୂର୍ବ ଭାରତରେ ଥିବା ନିଜ ଗ୍ରାହକଙ୍କୁ ପ୍ରଦାନ କରିବ ଓ ନିର୍ମାଣଧୀନ ଥିବା ଜଗଦ୍ଦିଶପୁର-ହଳଦିଆ ଗ୍ରିଡ୍‌ରେ ମଧ୍ୟ ବ୍ୟବହାର କରିବ। ଗେଲ୍‌ ସହିତ ବୁଝାମଣା ଏକ ମାଇଲଖୁଣ୍ଟ ବୋଲି ଏପିଏସ୍‌ଇଜେଡ୍‌ର ସିଇଓ କରଣ ଆଦାନି କହିଛନ୍ତି।

ସମ୍ବନ୍ଧିତ ଖବର