ପେନ୍‌ସନ୍‌ ପାଇଁ ଆଧାର ଜରୁରୀ ନୁହେଁ

0 155

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପେନ୍‌ସନ୍‌ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର କାର୍ମିକ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ସ୍ୱେଚ୍ଛାକୃତ ଏଜେନ୍ସିମାନଙ୍କର ସ୍ଥାୟୀ କମିଟିର ୩୦ତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ବ୍ୟାଙ୍କକୁ ନଯାଇ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ପ୍ରଯୁକ୍ତି ବ୍ୟବହାର ନିମନ୍ତେ ଆଧାର ଏକ ଅତିରିକ୍ତ ସୁବିଧା ବୋଲି ସେ କହିଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ହୋଇ ନଥିବାରୁ କେତେକ ଅବସରପ୍ରାପ୍ତ କର୍ମଚାରୀ ପେନ୍‌ସନ୍‌ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ରିପୋର୍ଟମାନ ଆସୁଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏହି ସୂଚନା ଯଥେଷ୍ଟ ଗୁରୁତ୍ୱ ରଖିଛି।

Panda Mobile only

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ପାଇବା ଲାଗି ଆଧାରକୁ ବାଧ୍ୟତାମୂଳକ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଥିବା ବିଷୟ ଏହି ବୈଠକର ବିବରଣୀରୁ ଜଣାଯାଇଛି।
କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ନିଆଯାଇଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, କର୍ମଚାରୀମାନଙ୍କ ସର୍ବନିମ୍ନ ପେନ୍‌ସନ୍‌ ୯ ହଜାର ଟଙ୍କାକୁ, ଗ୍ରାଚୁଇଟି ୨୦ ଲକ୍ଷ ଟଙ୍କାକୁ, ଚିକିତ୍ସା ଭତ୍ତା ମାସିକ ହଜାରେ ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଏବେ ୪୮ ଲକ୍ଷ ୪୧ ହଜାର କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ୬୧ ଲକ୍ଷ ୧୭ ହଜାର ପେନ୍‌ସନ୍‌ଭୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.