ଅନଲାଇନ୍‌ରେ କରିହେବ ମୋବାଇଲ୍‌-ଆଧାର ସଂଯୋଗ

ନୂଆଦିଲ୍ଲୀ: ଲୋକମାନେ ମୋବାଇଲ୍‌ ନମ୍ବର ସହିତ ଆଧାରକୁ ଅନଲାଇନ୍‌ ଜରିଆରେ ଯୋଡ଼ି ପାରିବେ। ଡିସେମ୍ବର ୧ରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି ବୋଲି କୁହାଯାଉଛି। ମୋବାଇଲ୍‌ ସେବା ପ୍ରଦାନକାରୀ କଂପାନିଗୁଡ଼ିକ େଓ୍ଵବସାଇଟ୍‌ ଏବଂ ଆଇଭିଆର୍‌ଏସ୍‌ କଲ୍‌ ଜରିଆରେ ଆଧାର ଲିଙ୍କ୍‌ ସୁବିଧା ପ୍ରଦାନ କରିବେ। ଏହି ପ୍ରକ୍ରିୟା ସ୍ୱୟଂଚାଳିତ ହେବ। କୌଣସି ମଣିଷଙ୍କ ସଂପୃକ୍ତି ସେଥିରେ ରହିବ ନାହିଁ।

ମୋବାଇଲ୍‌ କଂପାନିଙ୍କ େଓ୍ଵବସାଇଟ୍‌ ଜରିଆରେ କିମ୍ବା ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହେଲ୍‌ପଲାଇନ୍‌ ନମ୍ବରରେ କଲ୍‌ କରି ଲୋକମାନେ ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ (ଓଟିପି) ପାଇପାରିବେ। ଏହି ଦୁଇ ପ୍ରକି୍ରିୟାକୁ ଭାରତୀୟ ବିଶିଷ୍ଟ ପରିଚୟ କର୍ତୃପକ୍ଷ (ୟୁଆଇଡିଏଆଇ) ଅନୁମୋଦନ କରିିଥିବା ଜଣାପଡ଼ିଛି। ଏସ୍‌ଏମ୍‌ଏସ୍‌ ଜରିଆରେ ଓଟିପି ହାସଲ କରି ଆଧାର ଲିଙ୍କ୍‌ କରିବା ପାଇଁ ଟେଲିକମ୍‌ ବିଭାଗ ପୂର୍ବରୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ତାହା ସୁରକ୍ଷିତ ହୋଇନଥିବାରୁ ୟୁଆଇଡିଏଆଇ ତାହାକୁ ଖାରଜ କରିଦେଇଥିଲା।

ଏବେ ଯେଉଁ ଦୁଇଟି ପ୍ରକ୍ରିୟାକୁ ମଞ୍ଜୁରି ମିଳିଛି ତାହାର ସୁବିଧା ନେବାକୁ ହେଲେ ଆଧାର ନମ୍ବର ସହିତ ମୋବାଇଲ୍‌ ନମ୍ବର ପଞ୍ଜୀକୃତ ହୋଇଥିବା ନିହାତି ଦରକାର। େଓ୍ଵବସାଇଟ୍‌ରେ ଆଧାର ନମ୍ବର ଦାଖଲ କରିବା ପୂର୍ବରୁ ଗ୍ରାହକମାନଙ୍କୁ ସମ୍ମତି ମଗାଯିବ। କୌଣସି ପରିସ୍ଥିତିରେ ଆଧାର ନମ୍ବର ଯେଭଳି କଂପାନିମାନଙ୍କ ଗ୍ରାହକ ସମ୍ପର୍କ କର୍ମଚାରୀମାନଙ୍କ ହସ୍ତଗତ ନହୁଏ ତାହା ନିଶ୍ଚିତ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି।

ହେଲ୍‌ପଲାଇନ୍‌ ଇଂରାଜି, ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ବ୍ୟାଙ୍କିଙ୍ଗ କାବରାର ବେଳେ ଯେଉଁଭଳି ଉଚ୍ଚ ସ୍ତରର ଆଇଭିଆର୍‌ଏସ୍‌ ନିରାପତା ଗ୍ରହଣ କରାଯାଇଛି ସେଭଳି ସ୍ତରର ନିରାପତା ଯୋଗାଇ ଦେବାକୁ ଟେଲିକମ୍‌ କଂପାନିଗୁଡ଼ିକୁ କୁହାଯାଇଛି। ସାଇବର୍‌ ଆକ୍ରମଣ ପ୍ରତି ସଜାଗ ରହିବାକୁ ମଧ୍ୟ କଂପାନିଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର