ନୂଆଦିଲ୍ଲୀ: ଆଧାର ଭିତ୍ତିକ ସବୁ ପ୍ରକାର ସେବା ପ୍ରଦାନ ବନ୍ଦ କରିବାକୁ ପେମେଣ୍ଟ୍ କଂପାନିଗୁଡ଼ିକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କତୃର୍ପକ୍ଷ (ୟୁଆଇଡିଏଆଇ) ନିର୍ଦେଶ ଦେଇଛନ୍ତି। ଆଧାରରେ ଥିବା ବାେୟାମେଟ୍ରିକ୍ ତଥ୍ୟକୁ ଏହି କଂପାନିଗୁଡ଼ିକ ଆଉ ବ୍ୟବହାର କରିପାରିବେନି। ଆଧାର ବ୍ୟବସ୍ଥାରୁ ସମ୍ପୂର୍ଣ୍ଣ ଓହରିବା ପାଇଁ କ’ଣ ଯୋଜନା ପ୍ରସ୍ତୁତ କରାଯାଇଛି ସେ ବିଷୟରେ ବିଶଦ୍ ବିବରଣୀ ପ୍ରଦାନ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଅକ୍ଟୋବର ୧୨ ତାରିଖରେ ୟୁଆଇଡିଏଆଇ ଜାରି କରିଥିବା ଚିଠି କେବଳ ଅଣ ବ୍ୟାଙ୍କିଙ୍ଗ୍ କଂପାନିଗୁଡ଼ିକୁ ପ୍ରଦାନ କରାଯାଇଛି। ତେବେ ପେମେଣ୍ଟ୍ ବ୍ୟାଙ୍କ ଲାଇସେନ୍ସ ହାସଲ କରିଥିବା ଘରୋଇ ସଂସ୍ଥାଗୁଡ଼ିକୁ ଏହି ଚିଠି ଦିଆଯାଇନାହିଁ। ଚଳିତ ବର୍ଷ ସେପ୍ଟେମ୍ବର ୨୬ରେ ଆଧାର ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ଆଧାର ବ୍ୟବହାର କରିବାକୁ ଘରୋଇ କଂପାନିଗୁଡ଼ିକ ଉପରେ କୋର୍ଟ ପ୍ରତିବନ୍ଧକ ଲଗାଇଥିଲେ। ଆଧାର ବଦଳରେ ଅନ୍ୟ କେୱାଇସି ବ୍ୟବସ୍ଥା ଗ୍ରହଣ କରିବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଘରୋଇ ସଂସ୍ଥାଗୁଡ଼ିକ ଇକେୱାଇସି ସୁବିଧା ବ୍ୟବହାର କରିପାରୁନାହାନ୍ତି। ପୁଣି ଥରେ କାଗଜପତ୍ର ଜରିଆରେ କେୱାଇସି କରିବାକୁ ପଡ଼ୁଛି। ଏଥିପାଇଁ କଂପାନିଗୁଡ଼ିକୁ ଅଧିକ ଖର୍ଚ କରିବାକୁ ପଡ଼ୁଛି। ଇକେୱାଇସି ବଦଳରେ ଅନ୍ୟ କେଉଁ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ୱାଲେଟ୍ରୁ ୱାଲେଟ୍କୁ ଟଙ୍କା ଟ୍ରାନ୍ସଫର୍ ପାଇଁ ଅନୁମତି
ମୁମ୍ବାଇ: ୱାଲେଟ୍ରୁ ୱାଲେଟ୍କୁ ଟଙ୍କା ଟ୍ରାନ୍ସଫର ସମ୍ଭବପର ହେବ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଛନ୍ତି। ତେବେ କେବଳ କେୱାଇସି ହୋଇଥିବା ଆକାଉଣ୍ଟ୍ଗୁଡ଼ିକ ମଧ୍ୟରେ ଏହି ଟଙ୍କା ଟ୍ରାନ୍ସଫର୍ ହୋଇପାରିବ। ୟୁପିଆଇ ଜରିଆରେ ଟଙ୍କା ଟ୍ରାନ୍ସଫର କରିବାକୁ ପଡ଼ିବ। ୱାଲେଟ୍ରୁ ୱାଲେଟ୍ ଟଙ୍କା ଟ୍ରାନ୍ସଫର୍ର ଗାଇଡ୍ଲାଇନ୍କୁ ରିଜର୍ଭ ବ୍ୟାଙ୍କ ଜାରି କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ ପେଟିଏମ୍, ମୋବିକ୍ବିକ୍, ଅକ୍ସିଜେନ୍, ଓଲା ମନି, ଇଟଜ୍କ୍ୟାସ୍ ଭଳି ସଂସ୍ଥା ଲାଭବାନ ହେବେ। ଆଗାମୀ ଦିନରେ ଗ୍ରାହକମାନେ ୱାଲେଟ୍ରୁ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ମଧ୍ୟ ପାଇବେ। ଏହା ଦ୍ବାରା ଦେଶରେ ଡିଜିଟାଲ୍ କାରବାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।