‘ଆଧାର’ ସୁରକ୍ଷିତ: ବିଲ୍‌ ଗେଟ୍ସ

ଓ୍ଵାସିଂଟନ,: ଭାରତର ‘ଆଧାର’ ଅନ୍ୟ ଦେଶ ପାଇଁ ବି ଅନୁକରଣୀୟ। ଏହା କହିଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍ସ। ଆଧାର ପକ୍ଷରୁ ଲୋକଙ୍କ ଗୋପନୀୟତା ନେଇ କୌଣସି ବିପଦ ନାହିଁ। ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି। ଆଧାରର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି। ସେ ଏହି ପ୍ରକଳ୍ପରେ ବିଶ୍ୱବ୍ୟାଙ୍କକୁ ସହାୟତା ଯୋଗାଉଛନ୍ତି। ଭାରତରେ ୧୦୦ କୋଟିରୁ ଅଧିକ ଲୋକ ଆଧାରରେ ପଞ୍ଜୀକୃତ ହୋଇଛନ୍ତି। ଆଧାରର ଅନେକ ଲାଭ ରହିଛି। ଅନ୍ୟ ଦେଶରେ ଆଧାର କାର୍ଯ୍ୟକାରୀ କରିବା ଲାଗି ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର