ଆଡିଡାସ୍ ପକ୍ଷରୁ ଟେକ୍ନିକାଲ୍ ରନିଂ ସୋଲାରବୁଷ୍ଟ ଜୋତା

ଭୁବନେଶ୍ୱର: ଆଡିଡାସ୍ ରନିଂ ପକ୍ଷରୁ ଟେକ୍ନିକାଲ୍ କାର୍ଯ୍ୟଦକ୍ଷତା ପ୍ରଦାନ କରୁଥିବା ନାଶା ଇଞ୍ଜିନିୟରିଂ ଓ ଡିଜାଇନ୍ୟୁକ୍ତ ହାଲୁକା ରନିଂ ସୁର ଶୁଭାରମ୍ଭ କରାଯାଇଛି। ଏହା ବ୍ୟବହାରକାରୀଙ୍କ ପାଦକୁ ଅଭୁତପୂର୍ବ ଆରାମ ପ୍ରଦାନ କରୁଛି, ଯାହାଦ୍ୱାରା ଦୌଡ଼ାଳିମାନେ ଯେକୌଶସି ବେଗରେ ଅଥବା ଯେକୌଣସି ଦୂରତାକୁ ଅତିକ୍ରମ କରିବାରେ ସକ୍ଷମ ହେବେ।

ବିଭିନ୍ନ ରେଞ୍ଜର ତାପମାତ୍ରା ଓ ପରିସ୍ଥିତି ଥିବା ସହରମାନଙ୍କରେ ଆଡିଡାସ୍ ରନର୍ସ କମ୍ୟୁନିଟି ଦ୍ୱାରା ଏହାକୁ ପରୀକ୍ଷଣ କରାଯାଇଛି। ଆଡିଡାସର ଏହି ଜୋତା ସ୍ଥିରତା ବୃଦ୍ଧିକୁ ତ୍ୱରାନ୍ୱିତ କରୁଛି। ଏହାର ବୈପ୍ଳବିକ ଟେଲର୍ଡ ଫାଇଭର୍ ପ୍ଲେସମେଣ୍ଟ ଜ୍ଞାନକୌଶଳ ଏହାକୁ ହାଲକା କରିଛି  େ। ଉଚ୍ଚ କାର୍ଯ୍ୟକ୍ଷମଯୁକ୍ତ ୮୫% ବୁଷ୍ଟ ମିଡ଼ ସୋଲ୍ ଅଭୂତପୂର୍ବ ହାଲୁକା ସହିତ ସହଜରେ ଭୂମିରୁ ଉଠିବାରେ ଏହାକୁ ସାହାଯ୍ୟ କରୁଛି। ଉତ୍କୃଷ୍ଟମାନର ଗ୍ରିପ୍ ସହିତ ଏହାର ରବର ରୁଟ୍ ସୋଲ୍ ବ୍ୟବହାରକାରୀଙ୍କୁ ଏକ କୋମଳ  ଓ ନମନୀୟ ଦୌଡ଼ ଅନୁଭୂତି ପ୍ରଦାନ କରୁଛି। ଏହି ସୋଲାର ବୁଷ୍ଟର ପୁରୁଷ ବର୍ଗର ଜୋତା ୧୪,୯୯୯ଟଙ୍କା ଓ ମହିଳା ବର୍ଗର ଜୋତା ମାତ୍ର ୧୧,୯୯୯ ଟଙ୍କାରେ ସାରା ଭାରତରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର