ଆଦିତ୍ୟ ଆଲୁମିନିୟମ୍‌ର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଦିତ୍ୟ ଆଲୁମିନିୟମ ଏହାର ସିଏସ୍‌ଆର୍‌ ଅଭିଯାନ ଅଧୀନରେ ନିକଟରେ ନିରନ୍ତର ଜୀବନଜୀବିକା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛି। ଶୁଖିଲା ସ୍ନାକ୍ସ ଆଦିର ଉତ୍ପାଦନ ଓ ବିକ୍ରି କରିବାକୁ ସ୍ଥାନୀୟ ମହିଳାମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଆୟୋଜନ କରାଯାଇଥିବା ତିନି ଦିନିଆ ତାଲିମ କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଲକ୍‌ର ଚାରିଟି ଏସ୍‌ଏଚ୍‌ଜି-ସମଲେଶ୍ୱରୀ (ତିଲେଇମାଲ), ଓମେନ୍‌ସ ଷ୍ଟାର୍‌ (ଲାହାମଣି), ଲକ୍ଷ୍ମୀ (ଲୁଧାପାଲି) ଓ ଜୟ ମା’ ସନ୍ତୋଷୀ (ପୋଣ୍ଡାଲୋଇ)ର ୪୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭିକ ତାଲିମ ଓ ତାଲିମଦାତାଙ୍କ ସହାୟତାରେ ଏହି ମହିଳାମାନେ ୫୦ କେଜିର ସ୍ନାକ୍ସ ପ୍ରସ୍ତୁତ କରିଥିଲେ ଯାହାକୁ କାରଖାନାର କ୍ୟାଣ୍ଟିନରେ ପରଷା ଯାଇଥିଲା ଓ ସ୍ଥାନୀୟ ବଜାରରେ ବିକ୍ରି କରାଯାଇଥିଲା। ଆଦିତ୍ୟ ଆଲୁମିନିୟମର ସଭାପତି ଓ ୟୁନିଟ୍‌ ମୁଖ୍ୟ କୈଳାଶ ପାଣ୍ଡେ କୁହନ୍ତି, ଆମେ ଏସଏଚ୍‌ଜି ଜରିଆରେ ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ମଧ୍ୟରେ ସ୍ୱାବଲମ୍ବୀ ହେବାର ଭାବ ଉଦ୍ରେକ କରିବାକୁ ଲକ୍ଷ୍ୟ ରଖିଛୁ। ଯଦ୍ୱାରା ସେମାନେ ଗର୍ବ ଓ ସମ୍ମାନର ସହିତ ଜୀବନଯାପନ କରିପାରିବେ।

ସମ୍ବନ୍ଧିତ ଖବର