ନୂଆଦିଲ୍ଲୀ: ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ଆସନ୍ତ ୨୬ ତାରିଖରୁ ବନ୍ଦ ହୋଇଯିବ। ଆଇଡିଆ ସେଲୁଲାର ଏବଂ ଆଦିତ୍ୟ ବିର୍ଲା ନୁଭୋର ମିଳିତ ଉଦ୍ୟମରେ ଏହି ପେମେଣ୍ଟ ବ୍ୟାଙ୍କ ସ୍ଥାପନ ହୋଇଥିଲା। ବ୍ୟାଙ୍କ କାର୍ଯ୍ୟ ଆରମ୍ଭ କରିବାର ପ୍ରାୟ ୧୮ ମାସ ପରେ ବନ୍ଦ ହୋଇଯିବ। ଆସନ୍ତା ଜୁଲାଇ ୨୬ ପୂର୍ବରୁ ଖାତାରେ ଥିବା ଟଙ୍କାକୁ ନେଇଯିବା ପାଇଁ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସୂଚନା ଦିଆଯାଇଛି। ଜୁଲାଇ ୨୬ ଠାରୁ ଗ୍ରାହକଙ୍କ ଖାତାରେ ଟଙ୍କା ଜମା ଉପରେ କଟକଣା ଜାରି କରାଯାଇଛି। ଏଥିସହିତ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଟଙ୍କା ଫେରାଇବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବ୍ୟାଙ୍କର ବୋର୍ଡ ପକ୍ଷରୁ ବନ୍ଦ ସଂକ୍ରାନ୍ତ ସୂଚନା ଷ୍ଟକ ଏକ୍ସଚେଞ୍ଜକୁ ଗତକାଲି ଜଣାଇ ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)