ଆଦିତ୍ୟ ବିର୍ଲା ଗ୍ରୁପ୍ ଦେଲା ୫୦୦ କୋଟି

ଭୁବନେଶ୍ବର: କରୋନା ମୁକାବିଲା ଲାଗି ଆଦିତ୍ୟ ବିର୍ଲା ଗ୍ରୁପ୍ ତରଫରୁ ୫୦୦ କୋଟି ଟଙ୍କାର ସହାୟତା ବିଷୟରେ ଘୋଷଣା କରାଯାଇଛି। ପିଏମ୍ କେୟାରସ୍‌ ଫଣ୍ଡ୍‌କୁ ଏହା ୪୦୦ କୋଟି ଟଙ୍କା ପ୍ରଦାନ କରିଛି। ଏଥି ସହିତ ଫିକି-ଆଦିତ୍ୟ ବିର୍ଲା ସେଣ୍ଟର୍‌ ଫର ଏକ୍ସିଲେନ୍ସକୁ ୫୦ କୋଟଇ ଟଙ୍କା ଦେଇଛି। ବିଭିନ୍ନ ସ୍ଥାନରେ କୋଭିଡ୍‌-୧୯ ପାଇଁ ହସ୍ପିଟାଲ୍ ଶଯ୍ୟା ପ୍ରସ୍ତୁତ କରିବା ଲାଗି ମଧ୍ୟ ଏହା ସହଯୋଗ ପ୍ରଦାନ କରିଛି। ଏହା ବ୍ୟତୀତ ଏକ ନିୟୁତ ଏନ୍‌-୯୫ ମାସ୍କ, ୨୮୦୦୦୦ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ଭେଣ୍ଟିଲେଟର୍‌ ପାଇଁ ଏହା ୫୦ କୋଟି ଟଙ୍କା ଦାନ କରିଛି। ବୟନ ମନ୍ତ୍ରଣାଳୟକୁ ସହାୟତା ପ୍ରଦାନ କରିବା ଲାଗି କଂପାନି ତରଫରୁ ଏକ ନିୟୁତ ସର୍କିକାଲ୍ ମାସ୍କ୍‌ର ଉତ୍ପାଦନ ଆରମ୍ଭ କରାଯାଇଛି। ୨୦୦ରୁ ଅଧିକ ସ୍ଥାନରେ କଂପାନି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି।

ସମ୍ବନ୍ଧିତ ଖବର