ଆଦିତ୍ୟ ମୋଟର୍ସରେ ମହିନ୍ଦ୍ରାର ନୂଆ ଏକ୍ସୟୁଭି ୫୦୦

ଭୁବନେଶ୍ୱର: ଫୁଲନଖରା ବମ୍ଫକୁଦସ୍ଥିତ ଆଦିତ୍ୟ ମୋଟର୍ସ ପରିସରରେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡର ନୂଆ ପ୍ଲସ୍‌ ଏକ୍ସୟୁଭି ୫୦୦ର ବଜାର ପ୍ରବେଶ କରାଯାଇଛି। ଏହି ବଜାର ପ୍ରବେଶ ଉତ୍ସବରେ ଆଦିତ୍ୟ ମୋଟର୍ସର ଏମ୍‌ଡି ଆଦିତ୍ୟ ପାତ୍ର, ସାଧାରଣ ପରିଚାଳକ ମନୋଜ କୁମାର ରଥ, କିଙ୍ଗସୁକ୍‌ ଦମ୍‌, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡର ଏଏସ୍‌ଏମ୍‌ କିଶୋର କୌଶଳ, ମନୋଜ ମହାପାତ୍ର ଓ କିଙ୍ଗ୍‌ସୁକ୍‌ ଦମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ରାଜ୍ୟ ମୁଖ୍ୟ ଶକ୍ତି ରଂଜନ ସ୍ୱାଇଁ, ମହିନ୍ଦ୍ରା ଫାଇନାନ୍ସର ରାଜ୍ୟ ମୁଖ୍ୟ ଉମେଶ ସିଂହ, ଏସ୍‌ବିଆଇର ଚିଫ୍‌ ମ୍ୟାନେଜର ବିଜୟ କୁମାର ସାହୁ, ଆଇସିଆଇସିଆଇ ବ୍ୟାଙ୍କର ଆଞ୍ଚଳିକ ରାଜ୍ୟ ମୁଖ୍ୟ ସମୀର ଅଗ୍ନିହୋତ୍ରୀ ଏବଂ ଆଇସିଆଇସିଆଇ ବ୍ୟାଙ୍କର ରାଜ୍ୟମୁଖ୍ୟ ପ୍ରଶାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ଏକ୍ସୟୁଭି ୫୦୦ର ୫ଟି ଭାରିଆଣ୍ଟ ଏବେ ସୋରୁମ୍‌ରେ ଉପଲବ୍ଧ ହେଉଛି। ଏହାର ଏକ୍ସ ସୋରୁମ୍‌ ମୂଲ୍ୟ ୧୨,୪୪,୯୫୭ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର