ଆଦ୍ୟାନ୍ତର ‘ଗ୍ରେସ୍‌-୨୦୧୭’

ଭୁବନେଶ୍ୱର: ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଗ୍ରେସ୍‌-୨୦୧୭’ ଗଙ୍ଗପଡ଼ାସ୍ଥିତ କ୍ୟାମ୍ପସ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଜୟ ବାହାଦୂର ସିଂହ, ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର କର, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶ୍ରୀ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ମଧ୍ୟବିତ୍ତ, ଅବହେଳିତ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ସ୍ୱରୂପ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି। ୨୦୦୭ରେ ସେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏକ ଭଡ଼ା ଘରୁ ୬୪ଟି ସିଟ୍‌କୁ ନେଇ ବିଦ୍ୟାଳୟର ଯାତ୍ରା ଆରମ୍ଭ ହୋଇଥିଲା। ଏବେ ବିଦ୍ୟାଳୟରେ ସିଟ୍‌ ସଂଖ୍ୟା ହେଉଛି ୩୫୨। ସିବିଏସ୍‌ଇ/ଆଇସିଏସ୍‌ଇ ପାଠ୍ୟକ୍ରମ ପଠାଉଥିବା ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଭଳି ସୁବିଧା ଏହି ବିଦ୍ୟାଳୟରେ ରହିଛି ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀ କର କହିଛନ୍ତି। ରସାୟନ ବିଜ୍ଞାନ ଶିକ୍ଷକ ସିବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର