ଡିସେମ୍ବର ୩୧ ପରେ ଚଳିବନି ଚିପ୍ ନଥିବା ଏଟିଏମ୍ କାର୍ଡ

ମୁମ୍ବାଇ: ଡିସେମ୍ବର ୩୧ ପରେ ପୁରୁଣା ଡେବିଟ୍ ଓ କ୍ରେଡିଟ୍ କାର୍ଡ ଚଳିବ ନାହିଁ। ସେଗୁଡ଼ିକୁ ବଦଳାଇ ନୂତନ କାର୍ଡ ନେବାକୁ ହେବ। ପୂର୍ବରୁ ଗ୍ରାହକମାନଙ୍କୁ ବ୍ୟାଙ୍କ ଗୁଡ଼ିକ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ଥିବା କାର୍ଡ ଜାରି କରୁଥିଲେ। ‌ଏଗୁଡ଼ିକୁ ନକଲ କରି ବ୍ୟାଙ୍କ ଠକେଇ କରିବା ସହଜ ହେଉଥିଲା। ଏହା ଜାଣିବା ପରେ ବ୍ୟାଙ୍କ ଗୁଡ଼ିକ ଇଏମଭି ଚିପ୍ ବିଶିଷ୍ଟ କାର୍ଡ ଗ୍ରାହକଙ୍କୁ ଜାରି କରୁଛନ୍ତି। ନୂଆ ଗ୍ରାହକମାନଙ୍କୁ ଇଏମଭି ଚିପ୍ କାର୍ଡ ହିଁ ପ୍ରଦାନ କରାଯାଉଛି। ଇତିମଧ୍ୟରେ ଅନେକ ପୁରୁଣା ଗ୍ରାହକ ସେମାନଙ୍କ ମ୍ୟା‌ଗ୍ନେଟିକ୍ ଷ୍ଟ୍ରାଇପ କାର୍ଡର ବ୍ୟବହାର ଜାରି ରଖିଛନ୍ତି। ସେହି କାର୍ଡ ଗୁଡ଼ିକୁ ବଦଳାଇ ଇଏମଭି ଚିପ୍ କାର୍ଡ ନେବାକୁ ଗ୍ରାହକମାନଙ୍କୁ କୁହାଯାଇଛି। ଗ୍ରାହକମାନଙ୍କ ପୁରୁଣା କାର୍ଡକୁ ଡିସେମ୍ବର ୩୧ ସୁଦ୍ଧା ବଦଳାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି। ୨୦୧୬ ଜାନୁଆରି ୩୧ ପରଠାରୁ ନୂତନ ଗ୍ରାହକଙ୍କୁ ଇଏମଭି ଚିପ୍ ଲାଗିଥିବା କାର୍ଡ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର