ଚାକିରି ଛାଡ଼ି ୩୦ ଦିନ ବେକାର ରହିଲେ ୭୫% ଇପିଏଫ୍‌ ଟଙ୍କା ଉଠାଇ ହେବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ଚାକିରି ଯିବାର ୩୦ ଦିନ ପରେ ଜଣେ ସଦସ୍ୟ ୭୫ ପ୍ରତିଶତ ଜମା ଟଙ୍କା ଉଠାଇ ପାରିବେ। ଏଥିସହିତ ସେମାନଙ୍କ ଆକାଉଣ୍ଟକୁ ଇପିଏଫଓରେ ରଖିପାରିବେ। ତେବେ ଅବଶିଷ୍ଟ ୨୫ ପ୍ରତିଶତ ଅର୍ଥକୁ ସଦସ୍ୟମାନେ ଚାହିଁଲେ ଉଠାଇ ପାରିବେ କିମ୍ବା ଆକାଉଣ୍ଟ ସେଟେଲ୍‌ କରିପାରିବେ। ଇପିଏଫ୍‌ଓ ଟ୍ରଷ୍ଟି ବୋର୍ଡ ବୈଠକ ଶେଷ ହେବା ପରେ ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଜଣେ ବେକାର ରହିବା ପରେ ଟଙ୍କା ଉଠାଇ ପାରିବେ। ସେ ପୁଣି ଥରେ ଚାକିରି ପାଇବା ପରେ ତାଙ୍କ ଇପିଏଫ୍‌ ଖାତାକୁ ପୁଣି ଥରେ ଚାଲୁ କରିପାରିବେ। ଏବେ ପ୍ରଚଳିତ ଥିବା ନିୟମ ଅନୁସାରେ ଜଣେ ବ୍ୟକ୍ତି ଚାକିରି ଛାଡ଼ି ଦୁଇ ମାସ ପର୍ଯ୍ୟନ୍ତ ବେକାର ରହିବା ପରେ ନିଜ ଇପିଏଫ୍‌ ଖାତାରୁ ୬୦% ଟଙ୍କା ଉଠାଇ ପାରୁଛନ୍ତି ଓ ଥରକେ ଆକାଉଣ୍ଟ୍‌ ସେଟେଲ୍‌ କରିପାରୁଛନ୍ତି।

ସମ୍ବନ୍ଧିତ ଖବର