ପୁଣି ବଜାରକୁ ଫେରିବ ‘ରୋଲା କୋଲା’

ଭୁବନେଶ୍ବର: ବିସ୍କୁଟ ଓ ଚକୋଲେଟ୍‌ ନିର୍ମାତା ପାର୍ଲେ ପ୍ରଡକ୍ଟସ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଗ୍ରାହକଙ୍କ ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି ଏହା ଲୋକପ୍ରିୟ ‘ରୋଲା କୋଲା’ କ୍ୟାଣ୍ଡି ଚକୋଲେଟ୍‌କୁ ପୁଣି ବଜାରରେ ଉପସ୍ଥାପନ କରିବ। ଏହା ୫ ଟଙ୍କିଆ ଓ ୨୦ ଟଙ୍କିଆ ପ୍ୟାକେଟ୍‌ରେ ଉପଲବ୍ଧ ହେବ। ଏ ସମ୍ପର୍କରେ କଂପାନିର ବରିଷ୍ଠ କାଟେଗୋରି ମୁଖ୍ୟ-ମାର୍କେଟିଂ କୃଷ୍ଣରାଓ ଏସ୍‌ ବୁଦ୍ଧ କହିଛନ୍ତି, ଆମେ ଗ୍ରାହକଙ୍କ ଭାବନାକୁ ଭଲ ଭାବେ ବୁଝିପାରି ରୋଲା କୋଲା କ୍ୟାଣ୍ଡିକୁ ପୁଣି ଥରେ ବଜାରରେ ବିକ୍ରି କରିବା ଲାଗି ପ୍ରସ୍ତୁତ ହେଉଛୁ।

ସମ୍ବନ୍ଧିତ ଖବର