ନଭେମ୍ବର ମାସରେ ପୁଣି କମିଲା ଗାଡ଼ି ବିକ୍ରି

ନୂଆଦିଲ୍ଲୀ: ଦେଶରେ ଉତ୍ସବ ଋତୁ ଶେଷ ହେବା ସହିତ ଗାଡ଼ି ବିକ୍ରିରେ ଫେରିଥିବା ଉତ୍ସାହ ମଧ୍ୟ ଦୂରେଇ ଯାଇଛି। ନଭେମ୍ବର ମାସରେ ଗାଡ଼ି ବିକ୍ରି ହ୍ରାସ ପାଇଛି। ଦେଶର ତିନିଟି ପ୍ରମୁଖ କାର୍‌ ନିର୍ମାତା ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ଟାଟା ମୋଟର୍ସ ବିକ୍ରିରେ ହ୍ରାସ ଘଟିଛି। ମାରୁତି ସୁଜୁକି ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ବିକ୍ରି ସାମାନ୍ୟ ପ୍ରଭାବିତ ହୋଇଛି। ଏହି ଦୁଇ କଂପାନିର ବିକ୍ରି ପ୍ରାୟ ୫% ଲେଖାଏଁ କମିଛି। ମାତ୍ର ଟାଟା ମୋଟର୍ସର ବିକ୍ରି ୨୩% କମିଥିବା ଜଣାପଡ଼ିଛି। ହୋଣ୍ଡା କାରସ୍‌ ଇଣ୍ଡିଆର କାର୍‌ ବିକ୍ରି ୫୦ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର