ଭୁବନେଶ୍ବର: ତାଳଚେର ସାର କାରଖାନା କାର୍ଯ୍ୟକୁ ଆଗକୁ ବଢ଼ାଇବା ଲାଗି ଚୀନ୍ର କଂପାନି ଏମ୍ଏସ୍ ଉହାନ୍ ଇଞ୍ଜିନିୟରିଂ କର୍ପୋରେସନ୍ ସହ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ରକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। କୋଇଲାରୁ ଗ୍ୟାସ୍ ଉତ୍ପାଦନ ଏବଂ ଆମୋନିଆ ଓ ୟୁରିଆ ଉତ୍ପାଦନ ଲାଗି ଦୀର୍ଘ ଟେଣ୍ଡର ପ୍ରକ୍ରିୟାରେ ଏମ୍ଏସ୍ ଉହାନ୍ ଇଞ୍ଜିନିୟରିଂକୁ ଚୟନ କରାଯାଇଛି। କୋଇଲାକୁ ଗ୍ୟାସ୍ ବାହାର କରିବାରେ ଥିବା ଗଭୀର ଅଭିଜ୍ଞତାକୁ ଆଧାର କରି ଏହି କଂପାନିକୁ ତାଳଚେର ସାର କାରଖାନା ପାଇଁ ଚୟନ କରାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି କଂପାନି କୋଇଲା ଗ୍ୟାସୀକରଣକୁ ଉପଯୋଗ କରି ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ। ଏହି ପ୍ରକଳ୍ପ ଭାରତକୁ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ଏବଂ କୃଷି କ୍ଷେତ୍ରର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି। ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଆର୍ସିଏଫ୍, ସିଆଇଏଲ୍, ଏଫ୍ସିଆଇଏଲ୍ ଏବଂ ଗେଲ୍କୁ ନେଇ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର ୨୭୭ କୋଟି ଟଙ୍କା ନିବେଶ ହେବ। କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୧.୨୭ ନିୟୁତ ଟନ୍ ରହିବ।
ତାଳଚେର ସାର କାରଖାନା ପାଇଁ ଚୀନ୍ କଂପାନି ସହ ଚୁକ୍ତି
/sambad/media/post_attachments/wp-content/uploads/2019/09/sfdsfgsd54497987985.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)