କୃଷି ଋଣ ଛାଡ଼: ବିଗିଡ଼ିବ ରାଜ୍ୟର ଆର୍ଥିକ ସ୍ଥିିତି

ମୁମ୍ବାଇ, : ଦେଶର ପାଞ୍ଚଟି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କରିଛନ୍ତି। ଏହା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇଦେବ। ଋଣ ଛାଡ଼ ପ୍ରଭାବରେ ଏହି ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ପରିମାଣ ୧,୦୭,୭୦୦ କୋଟି ଟଙ୍କା ବଢ଼ିଯିବ।

ଏହି ସୁବ ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ପରିମାଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୨.୭% ଭିତରେ ରହିବ ବୋଲି ଆକଳନ କରାଯାଉଥିଲା ଯାହାର ମୂଲ୍ୟ ହେଉଛି ୪ ଲକ୍ଷ ୪୮ ହଜାର କୋଟି ଟଙ୍କା। କୃଷି ଋଣ ଛାଡ଼ ଯୋଗୁଁ ଏହି ସବୁ ରାଜ୍ୟର ମୋଟ ବିତ୍ତୀୟ ନିଅଣ୍ଟ ପରିମାଣ ସାଢ଼େ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯିବ ବୋଲି ଇଣ୍ଡିଆ ରେଟିଂ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି। କୃଷକ ଆତ୍ମହତ୍ୟା ବଢ଼ିବା ଯୋଗୁଁ ଚଳିତ ବର୍ଷ ଉତ୍ତର ପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ କର୍ଣ୍ଣାଟକ ପକ୍ଷରୁ କୃଷି ଋଣ ଛାଡ଼ ଘୋଷଣା କରାଯାଇଥିଲା।

୨୯ଟି ରାଜ୍ୟର ବଜେଟ୍‌କୁ ଅନୁଶୀଳନ କରି ଇଣ୍ଡିଆ ରେଟିଂ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ପକ୍ଷରୁ ଘୋଷଣା କରାଯାଇଥିବା କୃଷି ଋଣ ଛାଡ଼ ପାଇଁ ସେମାନଙ୍କ ବଜେଟ୍‌ରେ ବ୍ୟବସ୍ଥା ରହିଥିଲା। ମାତ୍ର ଅନ୍ୟ ରାଜ୍ୟଗୁଡ଼ିକର ବଜେଟ୍‌ରେ ଏଥିପାଇଁ କୌଣସି ବ୍ୟବସ୍ଥା ନଥିଲା। ବଜେଟ୍‌ରେ ବ୍ୟବସ୍ଥା କରିନଥିବା ମହାରାଷ୍ଟ୍ର, ରାଜସ୍ଥାନ ଓ କର୍ଣ୍ଣାଟକ ପକ୍ଷରୁ କୃଷି ଋଣ ଛାଡ଼ ବାବଦରେ ହୋଇଥିବା ଖର୍ଚକୁ ଭରଣା କରିବା ପାଇଁ ଯେକୌଣସି ଉପାୟରେ ରାଜସ୍ୱ ପରିମାଣ ବଢ଼ାଇବାକୁ ହେବ ଅନ୍ୟଥା ବଜେଟ୍‌ ଖର୍ଚ କମାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର