ଏୟାର୍‌ ହଷ୍ଟେସ୍‌ଙ୍କୁ କଲମ ଦ୍ୱାରା ଭୟଭୀତ କରାଇ ବେଜିଂ ଯାଉଥିବା ବିମାନକୁ ଅପହରଣ କରିନେଲେ ଯାତ୍ରୀ

ବେଜିଂ: ଚାଇନାର ବିମାନ ମଧ୍ୟରେ ଜଣେ ଯାତ୍ରୀ ଗୋଟାଏ କଲମ ବ୍ୟବହାର କରି ଯାହା କାଣ୍ଡ କରିଛନ୍ତି ତାହା ଏବେ ଏକ ବିଶ୍ୱସ୍ତରୀୟ ଖବର ପାଲଟିଛି। ଏୟାର ଚାଇନାର ଏକ ପ୍ଲେନ୍‌ ମଧ୍ୟରେ ଯାତ୍ରୀ ଜଣକ ଏକ କଲମ ଦେଖାଇ ବିମାନ ମଧ୍ୟରେ ଥିବା ଏୟାର୍‌ ହଷ୍ଟେସ୍‌ଙ୍କୁ ପ୍ରଥମେ କବ୍‌ଜା କରି .ନେଇଥିଲେ। କଲମଟିକୁ ସେ ଏକ ଅସ୍ତ୍ର ପରି ଦେଖାଇ ଏୟାର୍‌ ହଷ୍ଟେସ୍‌ଙ୍କୁ ଭୟଭୀତ କରାଇବା ପରେ ତାଙ୍କୁ କବ୍‌ଜା କରିବାରେ ସମର୍ଥ ହୋଇ ପାରିଥିଲେ। ଏହା ପଛରେ ତାଙ୍କ ଉଦ୍ଦେଶ୍ୟ ଥିଲା ବିମାନକୁ ଅନ୍ୟ ଏକ ଦିଗରେ ନେଇଯିବା। ବିମାନଟି ବେଜିଂରେ ଯାଇ ଅଟକିବାକୁ ଥିବା ବେଳେ ଉକ୍ତି ଯାତ୍ରୀ ଜଣକ ଧମକାଇ ତାହାକୁ କେନ୍ଦ୍ରୀୟ ଚାଇନାକୁ ଅପହରଣ କରି ନେଇ ଯିବାରେ ସମର୍ଥ ହୋଇଥିଲେ।

ବିମାନ ୧୩୫୦ରେ ଥିବା ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବିମାନ ଗତକାଲି ସକାଳ ୮.୩୦ ସମୟରେ ହୁନାନ ପ୍ରାନ୍ତର ଚୋଙ୍ଗା ସହରରୁ ଉଡ଼ାଣ ଭରିଥିଲା। ସକାଳ ୧୦ଟା ସମୟରେ ବିମାନଟି ବଳପୂର୍ବକୁ ଯାଇ ଝେଙ୍ଗଜୋହୁ ସହରରେ ଲ୍ୟାଣ୍ଡ୍‌ କରିଥିଲା। ଯଦି ବିମାନରେ ଏପରି କୌଣସି ପରିସ୍ଥିତି ଉପୁଜି ନ ଥାନ୍ତା ତେବେ ଏହା ୧୧ଟା ସମୟରେ ଯାଇ ବେଜିଂରେ ଲ୍ୟାଣ୍ଡ୍‌ କରିଥାନ୍ତା।

ଏ ସଂପର୍କରେ ଚାଇନାର ନାଗରିକ ଉନ୍ନୟନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ ‘ବିମାନ ମଧ୍ୟରେ ଉକ୍ତ ଯାତ୍ରୀ ଜଣକ ଏୟାର୍‌ ହଷ୍ଟେସ୍‌ଙ୍କୁ କବ୍ଜା କରିଦେବାରୁ ବାଧ୍ୟ ହୋଇ ବିମାନକୁ ଅନ୍ୟ ଦିଗରେ ନେବାକୁ ପଡ଼ିଥିଲା।’

ସମ୍ବନ୍ଧିତ ଖବର