ଏୟାର୍‌ ହଷ୍ଟେସ୍‌ ମାଆ, ପାଇଲଟ୍‌ ଝିଅ; ଏକା ସହ ବିମାନରେ ଉଡ଼ିଲେ

ନୂଆଦିଲ୍ଲୀ: ଆମେ ଅନେକ ସମୟରେ ନିଜ ବାପାମାଆଙ୍କୁ ନେଇ କିଛି ସ୍ୱତନ୍ତ୍ର କରିବାର ଚିନ୍ତା କରିଥାଉ। ସେମାନଙ୍କୁ ଦାମିକୀୟା ମିଲ୍‌ ଖୋଇବା, ସ୍ୱତନ୍ତ୍ର ଉପହାର ଦେବା କିମ୍ବା ସେମାନଙ୍କ ପ୍ରିୟ ସ୍ଥାନକୁ ବୁଲାଇ ନେବା ଆଦି ଇଚ୍ଛା ଆମ ଭିତରେ କେଉଁଠି ନା କେଉଁଠି ରହିଥାଏ ନିଶ୍ଚୟ।

ଯାହାବି ହେଉ, ଏୟାର୍‌ ଇଣ୍ଡିଆର ପାଇଲଟ୍‌ ଆଶ୍ରିତା ଚିନଚଙ୍କର ଏ ଦିଗରେ ପାଦେ ଆଗରେ। ନିକଟରେ ଏକ ଟୁଇଟ୍‌ ଭାଇରାଲ୍‌ ହୋଇଛି। ଆଶ୍ରିତା ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଏକ ହୃଦୟସ୍ପର୍ଶୀ କାହାଣୀ ସଂପର୍କରେ ଲେଖିଛନ୍ତି।

ସେ କିପରି ପାଇଲଟ୍‌ ଭାବେ ନିଜ ମାଆଙ୍କୁ ବସାଇ ବିମାନ ଉଡ଼ାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି ତାହା ଜଣାଇଛନ୍ତି। ସେ ଜଣାଇଛନ୍ତି ଯେ ତାଙ୍କ ମାଆ ୩୮ ବର୍ଷ ଧରି ଏୟାର୍‌ ହଷ୍ଟେସ୍‌ ଭାବେ ଚାକିରି କରିଥିଲେ। ମାଆଙ୍କ ଚାକିରିର ଶେଷ ଦିନରେ ଅର୍ଶିତା ନିଜ ମାଆଙ୍କୁ ବସାଇ ନିଜେ ବିମାନ ଚଳାଇଥିବାରୁ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି କି ତାଙ୍କ ମାଆଙ୍କର ଇଚ୍ଛା ଥିଲା ସେ ଜଣେ ପାଇଲଟ୍‌ ହୁଅନ୍ତୁ ବୋଲି। ସେ ତାଙ୍କ ମାଆଙ୍କ ଇଚ୍ଛା ପୂରା କରି ପାରିଛନ୍ତି।

ସମ୍ବନ୍ଧିତ ଖବର