ଏୟାର ଇଣ୍ଡିଆ ରାଜସ୍ୱରେ ୨୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଆଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆର ରାଜସ୍ୱ ୨୦୧୮ର ଜାନୁଆରି-ମାର୍ଚ୍ଚ ଅବଧିରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷର ଜାନୁଆରି-ମାର୍ଚ୍ଚ ତୁଳନାରେ ଏୟାର ଇଣ୍ଡିଆର ରାଜସ୍ୱରେ ପ୍ରାୟ ୩୦୦୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଏୟାର ଇଣ୍ଡିଆର ସିଏମ୍‌ଡି ପ୍ରଦୀପ ସିଂହ ଖରୋଲା ଏହି ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ରାଜସ୍ୱ ବୃଦ୍ଧି ପାଇଁ ଏୟାରଲାଇନ୍ସ ପରିଚାଳନା ଦକ୍ଷତାରେ ଉନ୍ନତି ସମେତ ଅନ୍ୟାନ୍ୟ ବିଷୟ ଉପରେ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ଏୟାର ଇଣ୍ଡିଆ ଏହାର ମୋଟ ରାଜସ୍ୱ ମଧ୍ୟରୁ ୭୦ ପ୍ରତିଶତ ଅନ୍ତର୍ଜାତୀୟ ରୁଟ୍‌ରୁ ସଂଗ୍ରହ କରିବା ଆଶା ରଖିଛି। ଏତଦ୍‌ବ୍ୟତୀତ ପ୍ରତ୍ୟେକ ବିମାନର ଅଧିକ ସମୟ ଉଡ଼ାଣ ଉପରେ ମଧ୍ୟ ଏୟାରଲାଇନ୍ସ ଗୁରୁତ୍ୱ ଦେଉଛି।  ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ମାର୍ଚ୍ଚରେ ଏୟାର ଇଣ୍ଡିଆର ବଜାରଅଂଶ ୧୩.୪ ପ୍ରତିତଶତ ରହିଛି। ଏହା ନିକଟରେ ୧୫୦ରୁ ଅଧିକ ବିମାନ ରହିଛି। ଦେଶର ୫୪ଟି ସ୍ଥାନକୁ ଏବଂ ବିଦେଶର ୪୩ଟି ସ୍ଥାନକୁ ଏୟାର ଇଣ୍ଡିଆର ବିମାନ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର